ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଲୋକପ୍ରିୟ ପେସ ବୋଲର ମହମ୍ମଦ ସାମୀ କେବେ ଅବସର ନେବେ ସେ ନେଇ ସୂଚନା ଦେଇଛନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ସାମୀ ଟିମ ଇଣ୍ଡିଆରେ ସ୍ଥାନ ମିଳି ନାହିଁ । ତାଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ନିଜର ସୁଇଂ ବୋଲିଂ ମାଧ୍ୟମରେ ସାମୀ ଟିମ ଇଣ୍ଡିଆକୁ ଅନେକ ମ୍ୟାଚରେ ବିଜୟୀ ହାସଲ କରିଛି । ସାମୀ ଏନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଏବେ ମୁଁ ଅବସର ନେବା କଥା ଚିନ୍ତା କରୁ ନାହିଁ । କ୍ରମାଗତ ଆଘାତ ସମସ୍ୟା ଯୋଗୁ ସାମୀଙ୍କ କ୍ୟାରିୟର ବାରମ୍ବାର ବାଧାପ୍ରାପ୍ତ ହେଉଛି ।
ମୋ କାମ ହେଲା ପ୍ରଦର୍ଶନ କରିବା, ଟିମରେ ସ୍ଥାନ ଦେବା ଚୟନ କମିଟିଙ୍କ କାର୍ଯ୍ୟ ବୋଲି ସାମୀ କହିଛନ୍ତି । ଯେତେବେଳେ ମୁଁ ପ୍ରଦର୍ଶନ କରିପାରିବି ନାହିଁ, କ୍ରିକେଟରୁ ମଜା ଉଠାଇ ପାରିବି ନାହିଁ ସେତେବେଳେ କ୍ରିକେଟରୁ ଅଲବିଦା କହିଦେବି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ସାମୀଙ୍କୁ ୧୦ କୋଟି ଟଙ୍କାରେ ଦଳରେ ନେଇଛି । ସାମୀଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ସେ ଟିମ ଇଣ୍ଡିଆରେ ସ୍ଥାନ ପାଇବେ କି ନାହିଁ ତାହା ଆଗାମୀ ସିରିଜରେ ସ୍ପଷ୍ଟ ହୋଇଯିବ ।