Latest Odisha News

BREAKING NEWS

ସାମୀଙ୍କ ଆନ୍ତର୍ଜାତୀୟ କ୍ରିକେଟ ଭବିଷ୍ୟତ ଅନ୍ଧକାରରେ

ମୁମ୍ବାଇ: ଭାରତର ସିନିୟର ପେସ ବୋଲର ମହମ୍ମଦ ସାମୀଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଜାତୀୟ ଦଳକୁ ସେ ଫେରିବା ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ରଣଜୀ ଟ୍ରଫିରେ ସାମୀ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଏହା ତାଙ୍କୁ ଟିମ ଇଣ୍ଡିଆକୁ ଫେରିବା ପାଇଁ ଯଥେଷ୍ଟ ହେଉ ନାହିଁ । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ସହ ତାଙ୍କ ମତଭେଦ ଆଉ ଏକ କାରଣ ଭାବେ ବିବେଚନା କରାଯାଉଛି । ଏବେ ଏକ ରିପୋର୍ଟରେ ଜଣାପଡିଛି ଯେ, ଇଂଲଣ୍ଡ ଗସ୍ତରେ ଯଶପ୍ରୀତ ବୁମରାହଙ୍କ ଉପରୁ ଚାପ କମାଇବା ପାଇଁ ସାମୀଙ୍କୁ ଏହି ଗସ୍ତରେ ନେବାକୁ ଚାହୁଁଥିଲେ ।

ଫର୍ମ ଏବଂ ଫିଟନେସ ଦେଖିବା ପାଇଁ ସାମୀଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ପକ୍ଷରୁ ଖେଳିବା ପାଇଁ କୁହାଯାଇଥିଲା । ସାମୀ କିନ୍ତୁ ରାଜି ହୋଇ ନ ଥିଲେ । ସେ ଆଉ କିଛି ସମୟ ମାଗିଥିଲେ । ଆମେ ସାମୀଙ୍କ ସହ ଯୋଗାଯୋଗ କରି ନ ଥିବା ଖବର ସମ୍ପୂର୍ଣ୍ଣ ମିଛ ବୋଲି ଚୟନ କମିଟିର ଜନୈକ ଅଧିକାରୀ କହିଛନ୍ତି । ୩୫ ବର୍ଷୀୟ ସାମୀ ଚାମ୍ପିୟନ ଟ୍ରଫି ପରଠାରୁ ଆଉ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ଏବେ ସେ ରଣଜୀରେ ଭଲ ବୋଲିଂ କରୁଥିଲେ ମଧ୍ୟ ଲମ୍ବା ସ୍ପେଲ ପକାଇ ପାରୁ ନାହାନ୍ତି । ସେହିପରି ତାଙ୍କ ବୋଲିଂ ସ୍ପିଡ ମଧ୍ୟ ୧୩୦କୁ ଖସି ଆସିଛି । ସାମୀଙ୍କ ଫିଟନେସ ସମସ୍ୟା ତାଙ୍କ କ୍ୟାରିୟରକୁ ଏବେ ବ୍ୟାକଫୁଟକୁ ଠେଲି ଦେଇଛି ।

Comments are closed.