ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ୬ଟି ଯାକ ମାମଲାରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ଜେଲରୁ ଖଲାସ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ୟୁପିରେ ତାଙ୍କ ନାଁରେ ରୁଜୁ କରାଯାଇଥିବା ସମସ୍ତ ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଜୁବୈରଙ୍କ ବିରୋଧରେ ଏଫଆଇଆର ରୁଜୁ ହେଲେ ସେଥିରେ ମଧ୍ୟ ଜାମିନ କାଏମ ରହିବ । ୨୦୧୮ର ଏକ ବିବାଦୀୟ ଟୁଇଟ ପାଇଁ ଗତମାସ ୨୭ରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା । ୟୁପି ସରକାର ଜୁବୈରଙ୍କୁ ଟୁଇଟ ନ କରିବା ପାଇଁ ନିର୍ଦ୍ଦେଶ ଦେବା ନିଷ୍ପତିକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । କାହାକୁ ଟୁଇଟ କରିବା ପାଇଁ ମନା କରିବା ଅନୁଚିତ । ଯଦି ସେ କିଛି ଭୁଲ କରିବେ ତାହାହେଲେ ସେଥିପାଇଁ ସେ ଉତରଦାୟୀ ରହିବେ । ଏହି ଘଟଣାର ଶୁଣାଣୀ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କରିଥିଲେ ।
BREAKING NEWS
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
Comments are closed.