ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ୬ଟି ଯାକ ମାମଲାରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ଜେଲରୁ ଖଲାସ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ୟୁପିରେ ତାଙ୍କ ନାଁରେ ରୁଜୁ କରାଯାଇଥିବା ସମସ୍ତ ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଜୁବୈରଙ୍କ ବିରୋଧରେ ଏଫଆଇଆର ରୁଜୁ ହେଲେ ସେଥିରେ ମଧ୍ୟ ଜାମିନ କାଏମ ରହିବ । ୨୦୧୮ର ଏକ ବିବାଦୀୟ ଟୁଇଟ ପାଇଁ ଗତମାସ ୨୭ରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା । ୟୁପି ସରକାର ଜୁବୈରଙ୍କୁ ଟୁଇଟ ନ କରିବା ପାଇଁ ନିର୍ଦ୍ଦେଶ ଦେବା ନିଷ୍ପତିକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । କାହାକୁ ଟୁଇଟ କରିବା ପାଇଁ ମନା କରିବା ଅନୁଚିତ । ଯଦି ସେ କିଛି ଭୁଲ କରିବେ ତାହାହେଲେ ସେଥିପାଇଁ ସେ ଉତରଦାୟୀ ରହିବେ । ଏହି ଘଟଣାର ଶୁଣାଣୀ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କରିଥିଲେ ।
BREAKING NEWS
- BRICS ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ
- କାଦୁଅ ଭରା ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ;୩.୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ
- Krait: ଇଏ କି ସାପ? ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ…
- ଇପିଏଫ୍ଓ ପକ୍ଷରୁ ‘ବିଶ୍ଵାସ ଯୋଜନା ୨୦୨୬’ ଉପରେ ସଚେତନତା ଅଭିଯାନ
- CM’s UAE Visit: ‘ମୁଖ୍ୟମନ୍ତ୍ରୀଙ୍କ ଓଡିଶାକୁ ନିବେଶ ଦେଖାଣିଆ…’, ଆଦାନୀ ଚୁକ୍ତି ପାଇଁ ଦୁବାଇ ଯାତ୍ରାକୁ ନେଇ ସରକାରଙ୍କୁ ଓଜେସିର ପ୍ରଶ୍ନ…
- ଭାରତୀୟ ଚାଷୀଙ୍କୁ ରୁଷର ବଡ଼ ଉପହାର
- ରାଉରକେଲା ସର୍କିଟ୍ ହାଉସ୍ରେ ପର୍ଣ୍ଣ ଷ୍ଟାର୍, ତଦନ୍ତ ଆରମ୍ଭ
- ଚାଷ ଜମିରୁ ୬ ଫୁଟର କୁମ୍ଭୀର ଉଦ୍ଧାର
- ନନ୍ଦନକାନନକୁ ଆସିଲେ ୫୮ ନୂଆ ଅତିଥି
- ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Comments are closed.