Latest Odisha News

ନବୀନ ସରକାର ବେଳର ଏହିସବୁ ଯୋଜନାର ନାଁ ବଦଳାଇଲେ ମୋହନ ମାଝି

ଭୁବନେଶ୍ୱର: ମୋହନ ମାଝି ସରକାର ଗୁରୁବାର ଦିନ ଓଡିଶାରେ ପୂର୍ବ ବିଜେଡି ଶାସନ ଦ୍ବାରା ପରିଚାଳିତ ପାଞ୍ଚଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଜାଣନ୍ତୁ କେଉଁ ସବୁ ଯୋଜନାର ନାମ ପରିବର୍ତ୍ତନ ହେଉଛି…

କାଳିଆ ଯୋଜନାକୁ ସିଏମ୍-କିଷାନ ଯୋଜନା ଭାବରେ ନାମିତ କରାଯାଇଛି। ମିଲେଟ୍ ମିଶନ୍ ଶ୍ରୀ ଅନ୍ନ ଯୋଜନା ଭାବରେ ପରିଚିତ ହେବ। ‘ଆମ ଓଡିଶା ନବୀନ ଓଡିଶା’ ହେଲା ବିକଶିତ ଗାଁ, ବିକଶିତ ଓଡ଼ିଶା। ବିଜ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନା ହେଲା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୋ ସ୍କୁଲ ଅଭିଯାନ ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ।

ଆୟୁଷ୍ମାନ ଭାରତ ଯୋଜନା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବ, ଯେଉଁଥି ପାଇଁ ୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ରାଜ୍ୟ ବିଧାନସଭାରେ ଓଡିଶା ବଜେଟ୍ ଉପସ୍ଥାପନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିଏମ୍-କିଷାନ ଯୋଜନା ପାଇଁ ୧୯୩୫ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି, ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୧୦୦୦ କୋଟି ଟଙ୍କା ଏବଂ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ୩୩୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

 

Comments are closed.