Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଗାଁକୁ ଯିବେ ମୋହନ ମାଝୀ: ପରିବାରକୁ ଭେଟିବେ, ମଧ୍ୟାହ୍ନ ଭୋଜନ କରିବେ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପ୍ରଥମ ଥର ନିଜ ଗାଁକୁ ଯିବେ ମୋହନ ମାଝୀ। ଆଜି ନିଜ ଗାଁ ରାଇକଳା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ଗାଁକୁ ଯାଇ ପରିବାରକୁ ଭେଟିବେ ଓ ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ । ଏଥିସହ ସାଧାରଣ ଲୋକଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଆଜିର ଗସ୍ତକୁ ନେଇ ସମସ୍ତଙ୍କ ମନରେ ରହିଛି ନୂଆ ଉତ୍ସାହ।

ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ବେଶ ଖୁସି ଅଛନ୍ତି ତାଙ୍କ ଗ୍ରାମବାସୀ । ସୂଚନା ଥାଉକି ରବିବାର କେନ୍ଦୁଝର ଗସ୍ତରେ ତାରିଣୀଙ୍କ ପୀଠ ଯାଇ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ରାଜ୍ୟ ସରକାର ଦାବି କରିବେ ବୋଲି ମଧ୍ୟ କହିଛନ୍ତି ।

ଗତକାଲି ନିଜ ଜନ୍ମାଟିରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦୁଝରର ଖଣିକୁ ଲୁଟ କରାଯାଇଛି। ଖଣି ଲୁଟେରା ମାନେ ଜେଲ୍ ଯିବେ। ସେମାନେ ମୋ ନଜରକୁ ଆସିଛନ୍ତି, ଖସି ପାରିବେ ନାହିଁ। କେନ୍ଦୁଝର ହେବ ସୁନାର କେନ୍ଦୁଝର। କେନ୍ଦୁଝରର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କା ଅଛି। ସମସ୍ତେ ମିଶି କେନ୍ଦୁଝରକୁ ଏକ ନମ୍ବର କରିବା ବୋଲି ସେ କହିଥିଲେ।

Comments are closed.