Latest Odisha News

BREAKING NEWS

ହେମା କମିଟିର ରିପୋର୍ଟ ପରେ ପ୍ରତିକ୍ରିୟା ରଖିଲେ ମୋହନଲାଲ

ଚେନ୍ନାଇ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଚାଲିଥିବା ମି-ଠୁ ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମାଲାୟାଲମ୍ ଅଭିନେତା ମୋହନଲାଲ।

ହେମା କମିଟିର ଚାଞ୍ଚଲ୍ୟକର ରିପୋର୍ଟ ପରେ ସେ ଏଏମଏମଏ (ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘ) ରୁ ଇସ୍ତଫା ଦେଇଥିଲେ। ସେ ଏମ୍ଏମ୍ଏରେ ସଭାପତି ଥିଲେ। ଇସ୍ତଫା ଦେବା ପରେ ସେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ପାୱାର ଗ୍ରୁପର ସଦସ୍ୟ ନୁହେଁ ଏବଂ ମୁଁ ଏ ବିଷୟରେ ଜାଣି ନାହିଁ।

ଫିଲ୍ମ ‘ବୈରୋଜ’ ଯୋଗୁଁ ସେ କେରଳରେ ନାହାଁନ୍ତି। ବର୍ତ୍ତମାନ ଚାଲିଥିବା ପ୍ରସଙ୍ଗକୁ ଦେଖି ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। ସେ ଆହୁରି ମଧ୍ଯ କହିଛନ୍ତି ଯେ ସିନେମା ସମାଜର ଏକ ଅଂଶ ଏବଂ ଅନ୍ୟ କ୍ଷେତ୍ରରେ ଏଭଳି ଯଦି କିଛି ଘଟୁଛି ତେବେ ତାହା ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦି କେହି ଭୁଲ୍ କରୁଛନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

Comments are closed.