ଭୁବନେଶ୍ୱର : ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଢ଼ିଲା ଟିକାକରଣ ଅବଧି । ଫେବ୍ରୁଆରୀ ୨୫ ସୁଦ୍ଧା ଏମାନଙ୍କୁ ଟିକା ନେବାକୁ କୁହାଯାଇଛି । ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦେବା ପାଇଁ ଲକ୍ଷ୍ୟ ରକ୍ଷାଯାଇଥିଲା । କିନ୍ତୁ ଏଯାଏଁ କିଛି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଟିକା ନେଇନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଥମ ଡୋଜ୍ ଟିକାକରଣ ତାରିଖକୁ ବୃଦ୍ଧି କରିଛନ୍ତି ।
ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତ ଜିଲ୍ଲାକୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଫେବ୍ରୁଆରୀ ୨୫ ତାରିଖ ମଧ୍ୟରେ ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ କୋଭିଡ୍ ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଆସନ୍ତାକାଲିଠୁ ଦିଆଯିବ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ । ଏଥିପାଇଁ ସମସ୍ତ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।
Comments are closed.