Latest Odisha News

BREAKING NEWS

ଏସିଆ କପ: ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇବା ପାଇଁ ପିସିବି, ନକଭିଙ୍କ ଉପରେ ପଡିଲା ଚାପ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ବିବାଦ ଅବସିରରେ ଭାରତକୁ ଏକ ବଡ ବିଜୟ ହାତ ଲାଗିଛି । ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟାଇଟଲ ୯ମ ଥର ପାଇଁ ହାସଲ କରିଥିଲା । ତେବେ ଟିମ ଇଣ୍ଡିଆ ପାକିସ୍ତାନ ମୂଖ୍ୟ ମୋହସୀନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବା ପାଇଁ ମନା କରି ଦେଇଥିଲା । ଏହା ପରେ ନକଭି ରାଗିଯାଇ ଟ୍ରଫି ନେଇ ପଳାଇ ଯାଇଥିଲେ । ଟିମ ଇଣ୍ଡିଆ ଟ୍ରଫି ବିନା ବିଜୟ ଉତ୍ସବ ପାଳନ କରିଥିଲା । ଭାରତୀୟ ଟିମ ଏ ନେଇ ଏସିସି ନିକଟରେ ଅଭିଯୋଗ କରିଥିଲା । ଏସିସି ଅଧ୍ୟକ୍ଷ ହେବା ସତ୍ୱେ ନକଭୀଙ୍କ ଉପରେ ଚାପ ପଡିଥିଲା । ଅନ୍ୟ ଅଧିକାରୀ ଏବଂ ସଦସ୍ୟଦେଶର ପ୍ରତିନିଧି ଭାରତ ସପକ୍ଷରେ ରହିଥିଲେ ।

ମଙ୍ଗଳବାର ବୈଠକରେ ପିସିବି ଓ ନକଭିଙ୍କୁ ଚାମ୍ପିୟନ ଟିମକୁ ଅଭିନନ୍ଦନ ଜଣାଇବା ପାଇଁ ଚାପ ପଡିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ଚରମସୀମାରେ ପଂହଚିଛି । ଏସିଆ କପରେ ଏଥିନେଇ ଟସ ଏବଂ ବିଜୟ ପରେ ଭାରତୀୟ ଟିମ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏସିଆ କପରେ ଭାରତ ୩ ଥର ପାକିସ୍ତାନକୁ ପରାସ୍ତ କରିଛି ।

Comments are closed.