ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପରୁ ଆଇସିସି ବାଂଲାଦେଶକୁ ବାହାର କରିଦେଇଛି । ସ୍କଟଲାଣ୍ଡକୁ ବାଂଲାଦେଶ ବଦଳରେ ବିଶ୍ୱକପ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଏକ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ବିଶ୍ୱକପରୁ ଓହରିଯିବା ପାଇଁ ଚିନ୍ତା କରୁଛି । ପିସିବି ଚେୟାରମ୍ୟାନ ମୋହସିନ ନକଭି କହିଛନ୍ତି ପାକିସ୍ତାନ ଟିମ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନି । ପାକିସ୍ତାନ ସରକାର ଆମ ସମ୍ପର୍କରେ ନିଷ୍ପତି ନେବେ ବୋଲି ପିସିବି ପକ୍ଷରୁ କୁହାଯାଇଛି ।
ଟି୨୦ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫେବୃୟାରୀ ୭ରୁ ଆରମ୍ଭ ହେବ । ବାଂଲାଦେଶ ପ୍ରତି ସମ୍ପୂର୍ଣ୍ଣ ଭାବେ ଅନ୍ୟାୟ ହୋଇଛି । ଯଦି ପାକିସ୍ତାନ ସରକାର ଆମକୁ ମନା କରିବ ତେବେ ବିଶ୍ୱକପ ଖେଳିବୁ ନାହିଁ । ନକଭିଙ୍କ ଏହି ବୟାନ ବିବାଦୀୟ ପରିସ୍ଥିିତ ସୃଷ୍ଟି କରିଛି । ବାଂଲାଦେଶ ସୁରକ୍ଷା କାରଣ ଦର୍ଶାଇ ଭାରତରୁ ମ୍ୟାଚ ସ୍ଥାନାନ୍ତର କରିବା ପାଇଁ ଚାପ ପକାଇଥିଲା । ଆଇସିସି ଏଥିରେ ରାଜି ହୋଇ ନ ଥିଲା । ଶେଷରେ ପାକିସ୍ତାନକୁ ବିଶ୍ୱକପରୁ ବାଦ ଦିଆଯାଇଛି ।