Latest Odisha News

BREAKING NEWS

ସୋମବାର ଦିନ ପଶ୍ଚିମବଙ୍ଗରେ ସଟଡାଉନ; ବାଧାପ୍ରାପ୍ତ ହେବ ଏହିସବୁ ଟ୍ରେନ୍ ସେବା

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୩୧ ତାରିଖରେ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟଡାଉନ ଲାଗୁ ହେବ। ଯାହା ଫଳରେ ପୂର୍ବ ତଟ ରେଳପଥର ଅନେକ ଟ୍ରେନ ସେବା ପ୍ରଭାବିତ ହେବ।

ଟ୍ରେନ ସେବା ନିମ୍ନ ମତେ ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବ-

ବାତିଲ ହେଉଥିବା ଟ୍ରେନ:

ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର-ହାଓ୍ବଡ଼ା ଦୁରନ୍ତ ସ୍ପେସିଆଲକୁ ୩୦ ଅଗଷ୍ଟ ୨୦୨୦ ତାରିଖରେ ଯଶୋବନ୍ତପୁର ଠାରୁ ବାତିଲ କରାଯିବ।

ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ୩୧ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ।

ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ୨୦୨୦ ସେପ୍ଟେମ୍ବର ପହିଲା ଦିନ ବାତିଲ କରାଯିବ।

୦୨୦୭୪/୦୨୦୭୩ ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୩୧ ଅଗଷ୍ଟ,୨୦୨୦ ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓ୍ବଡ଼ା ଦିଗରୁ ବାତିଲ କରାଯିବ।

ଆଂଶିକ ବାତିଲ ହେଉଥିବା ଟ୍ରେନ:

୩୦ ଅଗଷ୍ଟ,୨୦୨୦ ତାରିଖ ଦିନ ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟ‌ନ୍ତ ଯିବ ନାହିଁ।

୦୨୭୦୩ ହାଓଡ଼ା-ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ୩୧ ଅଗଷ୍ଟ ୨୦୨୦ ତାରିଖ ଦିନ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ଉକ୍ତ ଦିନ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟ‌ନ୍ତ ବାତିଲ ରହିବ।

ପ୍ରତ୍ୟାହାର କରାଯାଉଥିବା ରହଣି:

୩୦ ଅଗଷ୍ଟ,୨୦୨୦ ରେ ଉଭୟ ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ୦୨୮୦୨ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ।

୩୧ ଅଗଷ୍ଟ , ୨୦୨୦ ଭୁବନେଶ୍ୱରରୁ ଛାଡୁଥିବା ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଏବଂ ୩୦ ଅଗଷ୍ଟ ରେ ନୂଆଦିଲ୍ଲୀରୁ ଆସୁଥିବା ୦୨୮୨୪ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଉଭୟ ଦିଗରୁ ହିଜଲୀ ରହଣି କରିବ ନାହିଁ।

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି।

Leave A Reply

Your email address will not be published.