କେନ୍ଦ୍ରାପଡା: ସେ ମା’ । ତେଣୁ ସନ୍ତାନ ପାଳିତ ବା ଜନ୍ମିତ ତାର ହିସାବ ରଖି ନ ଥିଲେ । ଅନ୍ତରରୁ ମମତା ନିଗାଡି ଭଲ ପାଉଥିଲେ । ହେଲେ ଝିଅ ମନରେ ଥିଲା ଅନ୍ୟ କିଛି । ସେ ବୁଝି ପାରି ନ ଥିଲା ମାର ମମତାକୁ । ତାର ବିଶ୍ୱାସ ଓ ଭଲ ପାଇବାକୁ । ତେଣୁ ମା’କୁ ଠକିଦେଲା ଧରମ ଝିଅ । ସ୍ୱାମୀକୁ କ୍ୟାନ୍ସର ହୋଇଛି ବୋଲି ମିଛ କହି ମା’ଠୁ ଟଙ୍କା ନେଇ ଏବେ ଫାଂକୁଛି । ଧରମ ଝିଅର ଚାଲାକି ବୁଝିବା ପରେ ଏବେ ଥାନାର ଦ୍:ାରସ୍ଥ ହୋଇଛନ୍ତି ମା’ । ଏ ନେଇ ସେ କୁଦାନଗରୀ ଥାନା ରେ ଅଭିଯୋଗ କରିଛନ୍ତି ।
କୁଦାନଗରୀ ଥାନା ଅନ୍ତର୍ଗତ ହୁରାସାହି ଗ୍ରାମର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଜମପଡା ରାଇବଲ ଗ୍ରାମର ଷାଠିଏ ବର୍ଷୀୟା ଵୃଦ୍ଧା ଝୁନି ବାରିକ ଧରମ ଝିଅ କରିଥିଲେ । ପ୍ରଥମେ ଝୁନିଙ୍କ ସହ ଭାବ ଲଗାଇଲେ ଲଷ୍ମୀପ୍ରିୟା । ସ୍ୱାମୀଙ୍କୁ କ୍ୟାନ୍ସର ହୋଇଛି, ଚିକିତ୍ସା ପାଇଁ ଟଙ୍କା ଦରକାର କହି ମା ଝୁନି ଙ୍କ ପାଖରେ କାକୁତି ମିନତି ହୋଇଥିଲେ ଧରମ ଝିଅ ଲଷ୍ମୀପ୍ରିୟା ।
ଝିଅର ଛଳନା ବୁଝି ନପାରି ଝିଅ ଦୁଃଖ ଦୂର କରିବାକୁ ମା’ ନିଜ ମହିଳା ସୋୟାଂ ସହାୟକ ଗୋଷ୍ଠୀ ରୁ ୮୦ ହଜାର ଟଙ୍କା ଉଠାଇ ୨୦୨୧ ମସିହାରେ ଝିଅ କୁ ଦେଇଥିଲେ । ବର୍ତମାନ ସୁଦ୍ଧ ମୂଳ ସହ ଟଙ୍କା ଦୁଇ ଲକ୍ଷ ଟଙ୍କାରେ ପହଂଚିଲାଣି ।
ଝିଅ ଲଷ୍ମୀପ୍ରିୟା ଟଙ୍କା ନଫେରାଇ ଖେଳୁଥିବାରୁ ମା, ଧରମ ଝିଅ ର ଛଳନାକୁ ବୁଝି ପାରିଥିଲେ । ଜାଣିବାକୁ ପାଇଥିଲେ, ଲଷ୍ମୀପ୍ରିୟାଙ୍କ ସ୍ୱାମୀଙ୍କୁ କ୍ୟାନ୍ସର ହୋଇନାହିଁ । ମିଛ କହି ମା’ଙ୍କଠୁ ଟଙ୍କା ନେଇଛନ୍ତି । ଏବେ ଝୁନି ବାରିକ,ଲଷ୍ମୀପ୍ରିୟା ଙ୍କ ଘରକୁ ଟଙ୍କା ମାଗିବାକୁ ଯିବାରୁ ଲଷ୍ମୀପ୍ରିୟା ଟଙ୍କା ନେଇଥିବା ଫାଙ୍କିବା ସହ ମା ସହ ବଚସା କରୁଛନ୍ତି । ଏପରିକିି ମା’ ଝୁନିଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରୁଛନ୍ତି । ସେଠାରୁ ଚାଲିଆସି ଝୁନି ବାରିକ ଧରମ ଝିଅ ଲଷ୍ମୀପ୍ରିୟା ନାୟକ ଙ୍କ ନାମରେ କୁଦାନଗରୀ ଥାନାରେ ଏତଲା ଦେଇଛନ୍ତି ।
ସୂଚନାଥାଉ କି, ଲଷ୍ମୀପ୍ରିୟା ଅନେକ ଲୋଳଙ୍କୁ ଏମିିତି ମିଛ କହି, ସ୍ୱାମୀ ଦେହଖରାପ ବାହିନା କରି ଟଙ୍କା ଆଣିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା
Comments are closed.