Latest Odisha News

BREAKING NEWS

ଭାରତୀୟ ମାଙ୍କଡ଼କୁ ଅଟକ ରଖିଲା ପାକିସ୍ତାନ, ପ୍ରାଣୀ ଉଦ୍ୟାନରେ ବି ଦେଲାନି ଆଶ୍ରୟ

ଇସଲାମାବାଦ : ସାମ୍ନାକୁ ଆସିଲା ପାକିସ୍ତାନର ହିଂସା ।  ଭାରତ ପଟୁ ସୀମା ଡେଇଁଲା ମାଙ୍କଡ଼ । ଅଟକ ରଖିଲା ପାକିସ୍ତାନ । ହେଲେ ପ୍ରାଣୀ ଉଦ୍ୟାନରେ ରଖିବାକୁ ମନା କଲା ପାକିସ୍ତାନ  । କହିଲା ଭାରତ ପଟରୁ ଯେଉଁ ଜୀବଜନ୍ତୁ ପାକିସ୍ତାନ ମଧ୍ୟକୁ ପ୍ରବେଶ କରନ୍ତି, ସେମାନେ ସୀମାରେ ଆଘାତ ପାଇ ମୃତ୍ୟୁବରଣ କରନ୍ତି  ।

ସୂଚନା ଅନୁଯାୟୀ, ସୀମାବର୍ତ୍ତୀ ଅଞ୍ଚଳରୁ ମାଙ୍କଡ଼କୁ ଉଦ୍ଧାର କରିବା ପରେ ଅଟକ ରଖିଛି ପାକିସ୍ତାନ। ପାକିସ୍ତାନ ସୁରକ୍ଷାକର୍ମୀମାନେ ପ୍ରାୟ ଘଣ୍ଟା ଘଣ୍ଟା ଧରି ଉଦ୍ୟମ କରିବା ପରେ ପ୍ରାୟ ୨୦୦ ଫୁଟ ଉଚ୍ଚ ସେଲ୍ଲୁର ଟାୱାର ଉପରୁ ମାଙ୍କଡ଼କୁ ଉଦ୍ଧାର କରାଯାଇଛି । ମାଙ୍କଡ଼କୁ ଉଦ୍ଧାର କରିବା ପରେ ବନ୍ୟଜନ୍ତୁ ବିଭାଗକୁ ଯୋଗାଯୋଗ କରି ଏହି ମାଙ୍କଡ଼କୁ ସ୍ଥାନୀୟ ପ୍ରାଣୀ ଉଦ୍ୟାନରେ ରଖିବାକୁ କୁହାଯାଇଥିଲା । ମାତ୍ର ପାକିସ୍ତାନ ଏପରି ନ କରିବାକୁ ମନା କରି ଦେଇଥିବା ଜଣାପଡ଼ିଛି । ଏଥିସହ ମାଙ୍କଡ଼କୁ ପ୍ରାଣୀ ଉଦ୍ୟାନରେ ରଖିବା ଲାଗି ସ୍ଥାନ ନ ଥିବା କହିଛି ପାକିସ୍ତାନ ।

ଜିଲ୍ଲା ବନ୍ୟଜୀବୀ ଅଧିକାରୀ ମୁନୱର ହୁସେନ ନାଜମି କହିଛନ୍ତି, ” ଆମ ବିଭାଗ ନିକଟରେ ଅତିରିକ୍ତ ଜୀବମାନଙ୍କୁ ବହାବଲପୁର ପ୍ରାଣୀ ଉଦ୍ୟାନରେ ରଖିବା ଲାଗି ସ୍ଥାନ ନାହିଁ ।” ଅନ୍ୟପଟେ ଭାରତ ପଟରୁ ଯେଉଁ ଜୀବଜନ୍ତୁ ପାକିସ୍ତାନ ମଧ୍ୟକୁ ପ୍ରବେଶ କରନ୍ତି, ସେମାନେ ସୀମାରେ ଆଘାତ ପାଇ ମୃତ୍ୟୁବରଣ କରୁଥିବା ବେଳେ ଅନେକ ଆହତ ମଧ୍ୟ ହୁଅନ୍ତି । ତେବେ ସେମାନଙ୍କୁ ଚିକିତ୍ସା କରିବା ଲାଗି କୌଣସି ପଶୁ ଚିକିତ୍ସକ ନଥିବା ସେ କହିଛନ୍ତି । ଏଥିଲାଗି ମାଙ୍କଡ଼କୁ ସେମାନେ ସ୍ବୀକାର କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ପଶୁ ଚିକିତ୍ସକଙ୍କ ଅଭାବ ଯୋଗୁଁ ଅନେକ ଭାରତୀୟ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । ତେଣୁ ସେ ଏହି ମାଙ୍କଡ଼କୁ ପ୍ରାଣୀ ଉଦ୍ୟାନରେ ରଖିବା ଲାଗି ମନା କରିଛନ୍ତି  ।

ସୀମାରେ ଭାରତୀୟ ମାଙ୍କଡ଼କୁ ପାକିସ୍ତାନ ଜରୁରୀକାଳୀନ ଉଦ୍ଧାର କରିଥିଲା। ପଞ୍ଜାବରୁ ପାକିସ୍ତାନର ବହାବଲପୁର ସହର ପହଞ୍ଚିଥିବା ଏହି ମାଙ୍କଡ଼କୁ ପାକିସ୍ତାନ ଅଟକ ରଖିଛି । ପାକିସ୍ତାନର ସବୁଠୁ ବଡ଼ ଜରୁରୀକାଳୀନ ସେବା ୧୧୨୨ ଏହି ମାଙ୍କଡ଼କୁ ଧରିଥିବା ଜଣାପଡ଼ିଛି ।

Comments are closed.