Latest Odisha News

BREAKING NEWS

ଏହି ସ୍ଥାନରେ ମାଙ୍କଡ ହୋଇଗଲେଣି ମଦୁଆ

ମଦ ତଥା ଅନ୍ୟ ନିଶା କବଳରେ ପଡି ମଣିଷ ନିଜର ଏବଂ ପରିବେଶର ଅନେକ କ୍ଷତି ଘଟାଉଛି । କେତେକ ମଣିଷଙ୍କ ଏହି କୂଅଭ୍ୟାସ ଅନ୍ୟ ପ୍ରାଣୀମାନଙ୍କୁ ବଶୀଭୂତ କରିଛି । ମଣିଷ ସହତ ସାମଞ୍ଜସ୍ୟ ରଖୁଥିବା କେତେକ ପ୍ରଜାତିର ମାଙ୍କଡ ଏବେ ମଦ ନିଶାରେ ପଡିଗଲେଣି । ସେଂଟ କିଟସ ଆଇଲାଣ୍ଡରେ ଗ୍ରୀନ ଭର୍ଭେଟ ପ୍ରଜାତିର ମାଙ୍କଡ ଏଥିପାଇଁ ଚୋରୀ କରାଇବାକୁ ମଧ୍ୟ ପଛାଉ ନାହିଁ । ଏହି ଖବର ପ୍ରସାରିତ ହେବା ପରେ ଅନେକ ବୁଦ୍ଧିଜୀବୀ ଚିନ୍ତା ବ୍ୟକ୍ତ କରିଛନ୍ତି ।

କ୍ୟାରିବିୟାନ ସାଗରରେ ସେଂଟ କିଟସ ନାମକ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଆଇଲାଣ୍ଡ ରହିଛି । ଏଠାରେ ଗ୍ରୀନ ଭର୍ଭେଟ ମାଙ୍କଡ ପ୍ରଚୁରମାତ୍ରାରେ ଦେଖିବାକୁ ମିଳିଥାଏ । ୧୭୦୦ ଖ୍ରୀଷ୍ଟାବ୍ଦରେ ଆଫ୍ରିକାରୁ ଗୋଲାମମାନଙ୍କ ସହ ଏହି ମାଙ୍କଡମାନେ ଆସିଥିଲେ । ଏଠାରେ ପରେ ରମର ଫ୍ୟାକ୍ଟ୍ରି ଏବଂ ଆଖୁ ଚାଷ କରାଯାଇଥିଲା । ଏଥିରୁ ସେମାନେ ପରୋକ୍ଷରେ ମଦର ସ୍ୱାଦ ଚାଖିବା ଆରମ୍ଭ କରିଥିଲେ । ଧିରେ ଧିରେ ଏହା କବଳରେ ସେମାନେ ପଡିଗଲେ ।

ଏବେ ଏହି ଅଂଚଳରେ ପର୍ଯ୍ୟଟକମାନଙ୍କ ପାଇଁ ବାର ଏବଂ ଅନ୍ୟ ମନୋରଞ୍ଜନ ସାଧନର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ବୋତଲରେ ଛାଡିଥିବା ମଦକୁ ଏହି ମାଙ୍କଡମାନେ ପିଇବା ଆରମ୍ଭ କରିଥିଲେ । ଏଥିରେ ସେମାନଙ୍କ ଚାହିଦା ପୂରଣ ନ ହେବାରୁ ଏବେ ଚୋରୀ କରିବା ଆରମ୍ଭ କରିଛନ୍ତି । ସେମାନେ ଏତେ ଅଭ୍ୟସ୍ତ ହୋଇଗଲେଣି ଯେ କକଟେଲ ଏବଂ ବିୟର କ୍ୟାନ ଖୋଲି ମଦ ପିଇବା ଶିଖି ସାରିଛନ୍ତି । ବାର ମଧ୍ୟକୁ ସେ ଲୁଚି ଛପି ଯାଇ ମଦ ଚୋରୀ କରୁଛନ୍ତି । କେତେକ ପର୍ଯ୍ୟଟକ ଫଳରସ ଓ ମଦ ଏକତ୍ର ସେମାନଙ୍କୁ ଯାଚିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ମଦ ସେମାନଙ୍କ ପ୍ରଥମ ପସନ୍ଦ ରହିଥିଲା ।

ଏବେ ସ୍ଥାନୀୟ ସରକାର କେତେକ କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ, ଗବେଷଣାରୁ ଜଣାଯାଇଛି ଆମ ପୂର୍ବଜ ବାନର ଫେରମେନେଟେଡ ଫଳରୁ ମଦ ସେବନ କରିବାକୁ ଭଲ ପାଉଥିଲେ । ଏଥିରେ ସେମାନଙ୍କ ମୁଣ୍ଡ ସ୍ଥିର ରୁହେ ଏବଂ ଶକ୍ତି ମିଳିଥାଏ ବୋଲି ଡ୍ରଙ୍କନ ମଙ୍କ ହାଇପୋଥେସିସରୁ ଉଲ୍ଲେଖ କରାଯାଇଛି । ମଣିଷ ସହ ଅନେକ ସାମଞ୍ଜସ୍ୟ ରହୁଥିବାରୁ ମାଙ୍କଡ ବି ମଦୁଆ ହେବାକୁ ପଛାଉନି ।

Comments are closed.