ଭୁବନେଶ୍ୱର: ଦେଶରେ ଇଣ୍ଟରନେଟର ବହୁଳ ପ୍ରସାର ହେଉଛି । ୪ଜି ପରେ ୫ଜି ଆସିଛି । ଗାଁ ଗାଁ ଘରେ ଘରେ ଇଣ୍ଟରନେଟର ପ୍ରସାର ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗୋଟିଏ ବାକ୍ୟରେ କହିଲେ ଆଜିର ଯୁଗରେ ଇଣ୍ଟରନେଟ ଆଉ ସ୍ମାର୍ଟ ଫୋନ ବିନା ଜୀବନ ଯେମିତି ଅଧାବାଟରେ ଅଟକି ଯାଉଛି । ତେଣୁ ସମସ୍ତଙ୍କ ପାଖରେ ଇଣ୍ଟରନେଟ ସୁବିଧା ପହଞ୍ଚାଇବା ପାଇଁ ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି । ଆଉ ଏ ଭିଡିଓ ଦେଖିଲେ ଆପଣ ବି କହିବେ ବୋଧହୁଏ ସରକାରଙ୍କର ଏ ଉଦ୍ୟମ ସଫଳ ହୋଇଛି । କାରଣ ଡିଜିଟାଲ ମାୟାରେ କେବଳ ମଣିଷ ନୁହେଁ, ମାଙ୍କଡ ବି ପଡିଗଲାଣି ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓଟି କେତେଗୁଡିଏ ମାଙ୍କଡ ସ୍ମାର୍ଟ ଫୋନ ଦେଖୁଥିବା ନଜିର ଆସିଛି । ଜଣେ ନୁହେଁ, ତିନି ଜଣ ମାଙ୍କଡ ସ୍ମାର୍ଟ ଫୋନ ସାମ୍ନାରେ ବସିଛନ୍ତି । ଫେନକୁ ଖାଲି ଦେଖୁନାହାନ୍ତି, ଏହାକୁ ସ୍କର୍ଲ ବି କରୁଛନ୍ତି । ଫୋନକୁ ଦେଖୁ ଦେଖୁ ଯେମିତି ତା ଭିତରେ ହଜି ଯାଉଛନ୍ତି । ମୋବାଇଲର ଫଟୋ ଦେଖି ଖୁବ ଖୁସି ବି ହେଉଛି ମାଙ୍କଡ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛ । ଭିଡିଓଟିକୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ସ୍ମାର୍ଟ ଫୋନ ସାମ୍ନାରେ ମାଙ୍କଡଙ୍କର ଏପରି ବିହ୍ୱଳ ଭାବ ବେଶ ହୃଦୟସ୍ପର୍ଶୀ ହୋଇଛି ।
ସେ ଏକ କ୍ୟାପ୍ସନରେ ଲେଖିଛନ୍ତି, ପ୍ରକୃତରେ ଦେଶରେ ଡିଜିଟାଲିକରଣ ହେଉଛି । ଏବେ ପଶୁ ବି ମଣିଷ ପରି ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭିଡିଓଟିକୁ ୟୁଜର୍ସମାନେ ଖୁବ ପସନ୍ଦ କରିଛନ୍ତି । ଖୁବ ମଜାଦାର କମେଣ୍ଟ ବି କରିଛନ୍ତି ୟୁଜର୍ସ ।
Look at the success of digital literacy awareness reaching an unbelievable level! pic.twitter.com/VEpjxsOZa3
— Kiren Rijiju (@KirenRijiju) January 19, 2023
Comments are closed.