Latest Odisha News

BREAKING NEWS

ନିଶା ଟେଷ୍ଟରେ ଫେଲ: ମନ୍ଦିର ହେଲା ପୂଜକ ଶୂନ୍ୟ

ବ୍ୟାଙ୍କକ: ଥାଇଲାଣ୍ଡରେ ନିଶାର କରାଳ ରୂପ ସବୁଆଡେ ବ୍ୟାପି ଗଲାଣି । ଏହାକୁ ରୋକିବା ପାଇଁ ସ୍ଥାନୀୟ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ପରିସ୍ଥିତି ଏପରି ହୋଇଯାଇଛି ଯେ, ନିଶାଠାରୁ ଦୂରେଇ ରହୁଥିବା ବୌଦ୍ଧ ଭିକ୍ଷୁ ଏବଂ ସନ୍ଥମାନେ ମଧ୍ୟ ଏହା କବଳରେ ପଡି ଯାଇଛନ୍ତି । ବୁଙ୍ଗ ସାମ ଫାନ ଜିଲ୍ଲାର ଫେଟଚାବୁନଠାରେ ଏକ ମନ୍ଦିରରେ ଥିବା ସାଧୁମାନଙ୍କ ନାମରେ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ସେମାନଙ୍କ ଟେଷ୍ଟ କରାଯିବା ପରେ ସମସ୍ତେ ନିଶା ସେବନ କରିଥିବା ଜଣା ପଡିଥିଲା । ପ୍ରଶାସନ ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଇ ଦେଇଛି ।

ଏବେ ସେହି ମନ୍ଦିର ସାଧୁ ଶୂନ୍ୟ ହୋଇଯାଇଛି । ସ୍ଥାନୀୟ ଲୋକ ନୂତନ ସାଧୁସନ୍ଥଙ୍କୁ ମନ୍ଦିରକୁ ଆଣିବା ପାଇଁ ଯୋଜନା କରୁଛନ୍ତି । ସେମାନଙ୍କ ବିଶ୍ୱାସ ରହିଛି ମନ୍ଦିରରେ ରହିଥିବା ସାଧୁମାନଙ୍କୁ ଖାଇବାକୁ ଦେଲେ ପାପ ଖଣ୍ଡନ ହୋଇଥାଏ । ଏହି ଘଟଣା ଏବେ ଚର୍ଚ୍ଚାରେ କାରଣ ସାଜିଛି ।

Leave A Reply

Your email address will not be published.