ନୂଆଦିଲ୍ଲୀ:ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ । ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଜୁନ ୯ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ରଜ ସୁଦ୍ଧା ମୌସୁମୀ ଓଡ଼ିଶା ଝୁଇଁବ ବୋଲି ମଧ୍ୟ ପାଣିପାଗ କେନ୍ଦ୍ରର ସୂଚନା ଦେଇଛି ।
ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ ସିଭିୟର ସାଇକ୍ଲୋନିକ ଟର୍ମ ରୂପ ନେଉଛି । ଥିବାବେଳେ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ତେଣୁ ଜୁନ ୯ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି ବୁଧବାର ସୂଚନା ଦେଇଛି ପାଣିପାଗ ବିଭାଗ ।
ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା କୁହାଯାଉଛି । ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।
ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଭାରତର ଅଧିକାଂଶ ସ୍ଥାନରେ ଜୁନରେ ବର୍ଷା ସାମାନ୍ୟଠାରୁ କମ ହେବାର ସମ୍ଭାବନା ରହିଛି । ଏଠି କହିରଖିବୁ, ୫୦ ବର୍ଷ ମଧ୍ୟରେ ହାରାହାରୀ ୮୭ରୁ ୯୬-୧୦୪ ପ୍ରତିଶତ ମଧ୍ୟରେ ବର୍ଷାକୁ ସାମାନ୍ୟ ଭାବେ ଗ୍ରହଣ କରାଯାଇଛି ।
Comments are closed.