ଜିନ୍ଦଲ ଷ୍ଟିଲର କାଶିଆ ମାଇନ୍ସରେ ୧୭୫ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ
ଜାତୀୟ ପତାକା ସମସ୍ତ ଭାରତୀୟଙ୍କ ପାଇଁ ଗୌରବର ଉତ୍ସ: ନବୀନ ଜିନ୍ଦଲ
ଯୋଡ଼ା: ଜାତୀୟ ପତାକା ଏକତା, ସ୍ୱାଭିମାନ ଓ ଆମ ସାମଗ୍ରିକ ଆକାଂକ୍ଷାର ପ୍ରତୀକ। ଏହା ସମସ୍ତ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ”। ଏହା କହିଛନ୍ତି କୁରୁକ୍ଷେତ୍ର ସାଂସଦ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର(ଜେଏସପି) ଅଧ୍ୟକ୍ଷ ନବୀନ ଜିନ୍ଦଲ।
କେନ୍ଦୁଝର ଜିଲ୍ଲା କାଶିଆ ଆଇରନ ଆଣ୍ଡ ଡୋଲୋମାଇଟ ମାଇନ୍ସ ପରିସରରେ ୭୨ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭକୁ ଲୋକାର୍ପିତ କରିବା ଅବସରରେ ସେ ଏହା କହିଛନ୍ତି। ଏହି ଗଗନଶ୍ଚୁମ୍ବୀ ସ୍ମାରକୀ ସ୍ତମ୍ଭରେ ୧୬×୨୪ ଫୁଟ ବିଶାଳ ତ୍ରିରଙ୍ଗାର ଉତ୍ତୋଳନ ଜାତୀୟ ଗୌରବ ତଥା ଆଞ୍ଚଳିକ ପରିଚୟର ପ୍ରତୀକ।

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ ଓ ମହାପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ନିକଟରେ ସ୍ଥାନୀୟ ଅଧିବାସୀଙ୍କ ମଙ୍ଗଳ କାମନା କରିବା ସହ ଦେଶର ସ୍ୱାଧୀନତାରେ ଧରଣୀଧର ଭୂୟାଁ, ଧରଣୀଧର ନାୟକ, ରତ୍ନା ନାୟକ ଓ ମଦନ ପଟ୍ଟନାୟକ ଏବଂ ଜିଲ୍ଲାର ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସେ ସ୍ମରଣ କରିଥିଲେ। ଏହା ସହିତ ସେ କହିଥିଲେ ଯେ କେନ୍ଦୁଝର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଭୂମି ଓ କର୍ମଭୂମି ହୋଇଥିବାରୁ ସମସ୍ତେ ଅତ୍ୟନ୍ତ ଗର୍ବିତ।
ସେ ନିଜ ଅଭିଭାଷଣରେ କହିଥିଲେ, “ ଓଡ଼ିଶା ମୋର ମଧ୍ୟ କର୍ମଭୂମି ଏବଂ ଆମ ପରିବାର ଏହାର କଳା, ସଂସ୍କୃତି ଓ ଐତିହ୍ୟର ମୁଗ୍ଧ ପ୍ରଶଂସକ”। ଜିନ୍ଦଲ ଷ୍ଟିଲ ଏହାର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଜରିଆରେ ଏହି ଅଞ୍ଚଳର ଲୋକଙ୍କ ଜୀବନମାନରେ ରୂପାନ୍ତରଣ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, ପରିମଳ, ପାନୀୟ ଜଳ ଯୋଗାଣ ସହ ଓ ଅଣୁ ଶିଳ୍ପର ପ୍ରସାର ଦ୍ୱାରା ନିରନ୍ତର ବିକାଶ ପାଇଁ ବଦ୍ଧପରିକର।
ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ କୁଞ୍ଜ ବିହାରୀ ପଲାଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ କାଶିଆ ସମେତ କେନ୍ଦୁଝର ଜିଲ୍ଲାର ଓ ରାଜ୍ୟର ବିକାଶରେ ଜେଏସପିର ନିରନ୍ତର ଉଦ୍ୟମକୁ ପ୍ରଶଂସା କରିଥିଲେ। ଗୋଷ୍ଠୀ କଲ୍ୟାଣ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ାର ବିକାଶ ସମେତ ସଂସ୍କୃତିର ପୁନରୁଦ୍ଧାର ଓ ଏହାକୁ ବଜାୟ ରଖିବା ପାଇଁ ଜିନ୍ଦଲର ଉଦ୍ୟମ ପ୍ରଶଂସାଯୋଗ୍ୟ। ଆଗାମୀ ଦିନରେ ମଧ୍ୟ ମାନବ ବିକାଶ ସୂଚକାଙ୍କରେ ଉନ୍ନତି ପାଇଁ ଜିନ୍ଦଲ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ନବୀନ ଜିନ୍ଦଲଙ୍କ ଦୂରଦର୍ଶୀ ନେତୃତ୍ୱରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ୨୦୦୯ ମସିହାରେ ସମଗ୍ର ଭାରତରେ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରିବା କାର୍ଯ୍ୟ ଆରମ୍ଭ କରିଥିଲା । ସେବେ ଠାରୁ ଏହି ସଂଗଠନ ଓଡ଼ିଶାର ୯ଟି ସମେତ ଦେଶବ୍ୟାପୀ ୧୭୫ଟି ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା କରିସାରିଛି।
ନବୀନ ଜିନ୍ଦଲଙ୍କ ଦଶନ୍ଧି ବ୍ୟାପୀ ଏହି ନ୍ୟାୟିକ ସଂଘର୍ଷ ପରେ ୨୦୦୪ରେ ମାନ୍ୟବର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଥିଲେ। ଏହି ରାୟ ଦ୍ୱାରା ଦେଶର ସମସ୍ତ ନାଗରିକଙ୍କୁ ସବୁଦିନ ସଗୌରବେ ଜାତୀୟ ପତାକା ଉତ୍ତୋଳନର ଅଧିକାର ମିଳିଥିଲା। ଏହି ନ୍ୟାୟିକ ବିଜୟ ଆଧୁନିକ ସ୍ୱାଧୀନତା ସଂଗ୍ରାମ ବୋଲି ପରିଗଣିତ ହୁଏ, ଯାହା ଭାରତୀୟଙ୍କୁ ସେମାନଙ୍କ ଦେଶପ୍ରେମ ପ୍ରଦର୍ଶନ କରିବାର ମୌଳିକ ଅଧିକାରକୁ ପୁନଃସ୍ଥାପିତ କରିଥିଲା।
ଜେଏସପିର ସଭାପତି ତଥା ଗ୍ରୁପ ମୁଖ୍ୟ ସିଏସଆର ଏଣ୍ଡ ଏଜୁକେସନ ପ୍ରଶାନ୍ତ ହୋତା, କର୍ପୋରେଟ ଯୋଗାଯୋଗ ବିଭାଗ, ସିଏସଆର ଓ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଦସ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। କାଶିଆ ୟୁନିଟ ହେଡ୍ ପ୍ରମୋଦ କୁମାର ପାତ୍ର ଆଞ୍ଚଳିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ନାଗରିକ ମଦନ ବେହେରା, ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼, କମ୍ପାନିର ବରିଷ୍ଠ ପ୍ରବନ୍ଧକ ଗୌତମ ମାଲହୋତ୍ରା, ରାଜେଶ ନାୟାର, ଅଶୋକ ମାହୁନ୍ତ ଓ ଆଶିଷ ପାଣ୍ଡେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
Comments are closed.