Latest Odisha News

ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର, ୨ ଡିଗ୍ରୀ ରହିବ ଦୂରତା

ଭୁବନେଶ୍ୱର: ଆସନ୍ତାକାଲି ମେ ୨୩ ତାରିଖ ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍ ନିକଟରେ ଦେଖାଯିବ ଚନ୍ଦ୍ର । ଶୁକ୍ର ଓ ଚନ୍ଦ୍ର ମଧ୍ୟରେ କୌଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ । ତାପର ଦିନ ସେମାନଙ୍କ ଭିତରେ କୌଣିକ ଦୂରତା ବଢ଼ି ଯାଇ ପ୍ରାୟ ୧୫ ଡିଗ୍ରୀ ହେବ ।

ମେ ମାସ ଶେଷ ସପ୍ତାହ ତଥା ଜୁନ୍ ମାସ ୧୫ ତାରିଖ ଯାଏ ସବୁଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖି ପାରିବା । ଏହା ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖି ହେବ ।

ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ମେ ୨୩ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ତରଫରୁ ଏହି ଦୃଶ୍ୟକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାର ବ୍ୟବସ୍ଥା କରାଯିବ । ଆକାଶ ମେଘୁଆ ରହିଲେ କାର୍ଯ୍ୟକ୍ରମ ବାତିଲ୍ ହେବ ବୋଲି ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ।

Leave A Reply

Your email address will not be published.