Latest Odisha News

ଗୁଜରାଟ ମୋର୍ବି ଭଳି ଚୀନରେ ଭୁଶୁଡ଼଼ି ଥିଲା ପୋଲ, ଦୋଷୀ ଅଧିକାରୀଙ୍କୁ ଦିଆଯାଇଥିଲା ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ଗୁଜରାଟ ମୋର୍ବିରେ ବ୍ରିଜ୍ ଭୁଶୁଡ଼ି ୧୩୪ ଜଣଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜୁଛି । ତେବେ ଏଭଳି ମାମଲାରେ ଦେଶରେ କଡ଼ା କାର୍ଯ୍ୟାନୁଷ୍ଠାନ ଉଦାହରଣ ପ୍ରାୟତଃ ନାହିଁ କହିଲେ ଚଳେ । ଯେଉଁଥି ପାଇଁ ପୋଲ ନିର୍ମାଣକାରୀ ସଂସ୍ଥା ହେଉ ଅବା ମରାମତି ଦାୟିତ୍ୱ ନେଉଥିବା ଠିକାଦାର ଏବଂ ଅଧିକାରୀ କାହାରି କାମରେ ସ୍ୱଚ୍ଛତା ରହୁ ନାହିଁ । ତେବେ ଗୁଜରାଟ ମାମଲାରେ ଏବେ ଯାଏ ୯ ଜଣଙ୍କୁ ଗିରଫ କରାଯାଇଛି ।

ତେବେ ବାମପନ୍ଥୀ ଶାସନ ଚାଲିଥିବା ଚୀନରେ ଏଭଳି ଏକ ବ୍ରିଜ୍ ଭୁଶୁଡ଼ିବା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଥିଲା । ପ୍ରାୟ ୨୩ ବର୍ଷ ତଳେ ଚୀନର ଏକ ସହରରେ ପୋଲ ଭୁଶୁଡ଼ି ୪୦ ଜଣଙ୍କ ଜୀବନ ଯାଇଥିଲା । ଆଉ ଚୀନ ସରକାର ତଦନ୍ତ କରି ଜଣେ ଅଧିକାରୀଙ୍କୁ ଦୋଷୀ ପାଇଥିଲେ । ଆଉ ସେଠାକାର ଅଦାଲତ, ଅଧିକାରୀଙ ଜଣଙ୍କୁ ଦେଇଥିଲେ ମୃତ୍ୟୁ ଦଣ୍ଡାଦେଶ ।

ଗୁଜରାଟ ମୋର୍ବି ମାମଲାରେ ଏବେ ଯାଏ ୯ ଜଣ ଗିରଫ ହୋଇଛନ୍ତି । ତେବେ ଗିରଫଙ୍କ ମଧ୍ୟରେ ଅଧିକାଂଶ ପୋଲ ମରାମତି ସହ ଜଡ଼ିତ । ଏଥିରେ ଓରୋୱା ଗ୍ରୁପର ୨ ଜଣ ମ୍ୟାନେଜର ଓ ପୋଲ ମରାମତି କରିଥିବା ୨ ଠିକାଦାର ଅଛନ୍ତି ।

ଚୀନରେ କଣ ହୋଇଥିଲା ?

୧୯୯୯ ଜାନୁଆରୀ ୪ରେ ଚୀନର କ୍ୱିଜିଆଙ୍ଗରେ ରେନବୋ ବ୍ରିଜ୍ ଭୁଶୁଡ଼ି ଥିଲା । ୩ ବର୍ଷ ତଳେ ନିର୍ମିତ ୧୮୦ ମିଟର ପୋଲ ଭୁଶୁଡ଼ି ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଯାଞ୍ଚ ବେଳେ ଜଣାପଡ଼ିଥିଲା ନିର୍ମାଣରେ ନିମ୍ନମାନର ଷ୍ଟିଲ୍ ଲାଗିଥିଲା । ଅନ୍ୟ ସାମଗ୍ରୀର ମାନ ବି ଖରାପ ଥିଲା । କୋର୍ଟ ମାମଲାର ଶୁଣାଣି କରି ଜଣେ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ସହ ଅନ୍ୟମାନଙ୍କୁ ୧୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

Leave A Reply

Your email address will not be published.