Latest Odisha News

BREAKING NEWS

ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, ରାତାରାତି ଡାକ୍ତରଖାନାର ରଙ୍ଗ କାମ

ମୋର୍ବି : ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋର୍ବି ଝୁଲା ପୋଲ ଟ୍ରାଜେଡିର ପୀଡ଼ିତଙ୍କୁ ଭେଟିବେ ମୋଦୀ । ତେଣୁ ସଜେଇ ହେଉଛି ମୋର୍ବିସ୍ଥତି ସରକାରୀ ଡାକ୍ତରଖାନା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କିପରି ଚାଲିଛି ପ୍ରସ୍ତୁତି । ପୋଲରୁ ଖସି ଆହତଙ୍କୁ ସମବେଦନା ଜଣାଇବାକୁ ଏହି ଡାକ୍ତରଖାନାକୁ ଆସିବେ ପ୍ରଧାନମନ୍ତ୍ରୀ । ତାପୂର୍ବରୁ ଜୋରସୋର ସରକାରୀ ଡାକ୍ତରଖାନାକୁ ନୂଆ ରୂପ ଦିଆଯାଉଛି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ସମସ୍ତେ ତତ୍ପର ।

୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ସଫେଇ ସହ ସହିତ ଚାଲିଛି ମରାମତି ଓ ରଙ୍ଗ କାମ । ଆଜି ଏହି ଡାକ୍ତରଖାନାକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ତିନି ମହଲା ବିଶିଷ୍ଟ ମୋଟ ତିନୋଟି କୋଠା । ପୋଲରୁ ଖସି ପଡିବାରୁ ୧୩୫ ଜଣଙ୍କ ଜୀବନହାନୀ ହୋଇଥିଲା । ୬ ଜଣ ଆହତଙ୍କୁ ଏଠାରେ ଚିକିତ୍ସା କରାଯାଉଛି । ଆଉ ୪ରୁ ୫ ଜଣ ଆହତ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ୫୬ ଆହତଙ୍କୁ ପୂର୍ବରୁ ଡିସଚାର୍ଜ କରଯାଇସାରିଛି ।

ତେବେ ଆହତଙ୍କୁ ଭେଟିବାକୁ ମୋଦୀଙ୍କ ଆସିବା ପୂର୍ବରୁ ରାତାରାତି ଯେପରି କାମ କରାଯାଉଛି ତାହାକୁ ବିରୋଧୀ ଦଳ ନାପସନ୍ଦ କରିବା ସହିତ କଟାକ୍ଷ କରିଛନ୍ତି । ସମବେଦନା ଦେବା ସମୟରେ ସରକାରୀ ଡାକ୍ତରଖାନାର ରୂପ ବଦଳାଇବାକୁ ନେଇ କଂଗ୍ରେସ ନେତା ବୟାନବାଜୀ କରିଛନ୍ତି । ଏହି ସମୟରେ ମୋର୍ବି ଡାକ୍ତରଖାନାର ମରାମତି କରାଇବା, ରଙ୍ଗ ଦେବା ଓ ନୂଆ ଟାଇଲ୍ ବିଛାଇବା ଆଦି କାମ ବିଜେପିର ପାରିବାପଣିଆକୁ ପଦାରେ ପକାଇଛି ବୋଲି କହିଛି କଂଗ୍ରେସ ।

ଟ୍ୱିଟରରେ ଏସବୁ କାମର ଫଟୋ ଗୁଡିକୁ ସେୟାର କରିଛି କଂଗ୍ରେସ । ଲୋକେ ମରିଛନ୍ତି, ଆହତ ହୋଇଛନ୍ତି, ଏହିସମୟରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଡାକ୍ତରଖାନାର ସୌନ୍ଦର୍ଯ୍ୟକରଣ ଉଚିତ୍ କି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ । ଟ୍ୱିଟ୍ କରିଛିଯେ, ବିଜେପି କେବଳ ଇଭେଣ୍ଟବାଜି କରୁଛି । କଂଗ୍ରେସ ଭଳି ଆମ ଆଦମୀ ପାର୍ଟି ମଧ୍ୟ ଏହାକୁ କଡ଼ା ନିନ୍ଦା କରିଛି । ମୋଦୀଙ୍କ ଫଟୋସୁଟ୍ ପାଇଁ ଭଗ୍ନ ଅବସ୍ଥାରେ ଥିବା ଡାକ୍ତରଖାନାକୁ ରାତାରାତି ରଙ୍ଗ କରାଗଲା କହି ସମାଲୋଚନା କରିଛି ଆପ୍ ।

Leave A Reply

Your email address will not be published.