Latest Odisha News

BREAKING NEWS

ବୁଲା ବେପାରୀଙ୍କ ଠାରୁ ଆଇସ୍‌କ୍ରିମ୍‌ ଖାଇ ୧୦୦ରୁ ଅଧିକ ଅସୁସ୍ଥ; ଡାକ୍ତରଖାନାରେ ଚାଲିଛି ଚିକିତ୍ସା

କୋରାପୁଟ: ଗାଁ ଗାଁ ବୁଲି ଆଇସ୍‌କ୍ରିମ କରୁଥିବା ବେପାରୀଙ୍କ ଠାରୁ ଆଇସି୍‌କ୍ରିମ୍ ପାଇଁ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବର୍ତ୍ତମାନ ଆହତମାନଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଏଥିରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସେମିଳିଗୁଡା ବ୍ଲକର ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁର ଲୋକେ ଜଣେ ବୁଲା ଆଇସକ୍ରିମ ବେପାରୀଙ୍କ ଠାରୁ ଆଇସକ୍ରିମ କିଣିଥିଲେ। ଆଇସକ୍ରିମ ଖାଇବା ସାରିବା ପରେ ବିଳମ୍ବିତ ରାତିରେ ସମସ୍ତଙ୍କୁ ଝାଡା, ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଅସୁସ୍ଥ ସ୍ୱଜନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୬୦ ଜଣ ଭର୍ତ୍ତି ହୋଇଥିବା ବେଳେ ୪୫ ରୁ ଅଧିକ ଲୋକ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଦୁଇ ତିନି ବର୍ଷର ଶିଶୁ ଓ ମହିଳା ଅଛନ୍ତି।

ଘଟଣା ବିଷୟରେ ଖବର ପାଇ ସେମିଳିଗୁଡା ପୁଲିସ ପହଞ୍ଚି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ପଟାଙ୍ଗୀ ବିଧାୟକ ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସମ୍ପୃକ୍ତ ଆଇସକ୍ରିମ ବିକାଳିକୁ ଚି଼ହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେମିଳିଗୁଡା ଆଇଆଇସି  ପ୍ରଦ୍ୟୁମ୍ନ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.