ଗଞ୍ଜାମ: ଜୁଲାଇ ମାସରେ ଜିଲ୍ଲାରେ କରୋନା ସ୍ଥିତି ସାଙ୍ଗାତିକ । ତିନି ହଜାର ପାଖାପାଖି ହେଲାଣି ପଜିଟିଭ୍ କେସ୍ । ଜିଲ୍ଲାରେ ମୋଟ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୩୬ । କିନ୍ତୁ ଜୁଲାଇ ମାସର ଏହି ସାତ ଦିନର ରିପୋର୍ଟ ଦେଖିଲେ ଯେକେହି ଆଶ୍ଚଯ୍ୟ ହୋଇଯିବ । ସପ୍ତାହେ ଭିତରେ ସାମନାକୁ ଆସିଛି ନୂଆ ୧ ହଜାର ୩୬୪ଟି ନୂଆ ପଜିଟିଭ୍ କେସ । ଦୈନିକ ହାରାହାରି ଚିହ୍ନଟ ହୋଇଛନ୍ତି ୧୯୪ ପଜିଟିଭ୍ ।
ମେ ୨ ତାରିଖରେ ପ୍ରଥମ କେସ୍
ମେ ମାସ ଦୁଇ ତାରିଖରେ ଗଞ୍ଜାମ ଜିଲ୍ଲାରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ମେ ଓ ଜୁନ୍ ଦୁଇ ମାସରେ ଯେତିକି ଆକ୍ରାନ୍ତ ଥିଲେ ତାର ପାଖାପାଖି କେସ୍ କେବଳ ଜୁଲାଇ ମାସର ଏହି ସାତ ଦିନରେ ବାହାରିଛନ୍ତି । ମେ ଓ ଜୁନ ମାସରେ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଥିଲା ୧୪୭୨ । କିନ୍ତୁ ଜୁଲାଇ ୧ରୁ ଆଜି ଭିତରେ ଚିହ୍ନଟ ହୋଇଛନ୍ତି ୧ ହଜାର ୩୬୪ । ମୋଟ୍ ଆକ୍ରାନ୍ତଙ୍କ ୪୮ ପ୍ରତିଶତ କେବଳ ଏହି ସପ୍ତାହ ଭିତରେ ବାହାରିଛନ୍ତି ।
ଜୁଲାଇ ମାସରେ କେଉଁ ଦିନ କେତେ ପଜିଟିଭ୍ ?

କରୋନା ମୁକାବିଲା ପଦକ୍ଷେପ
୧. ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ବାହାର ଜିଲ୍ଲାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି
୨. ଘର ଘର ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି
୩. ଆସନ୍ତାକାଲିଠୁ ପାଞ୍ଚ ଦିନ ଜିଲ୍ଲାର ସମସ୍ତ ଏନଏସି ଓ ବ୍ଲକ ମୁଖ୍ୟାଳୟ ସଟଡାଉନ୍ । ଡୋର୍ ଟୁ ଡୋର୍ ସ୍କ୍ରିନିଂ କରାଯିବ
୪. ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍, ଭୁବନେଶ୍ୱର ପ୍ରବେଶ ଉପରେ କଟକଣା
୫. ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡି ବନ୍ଦ
୬. ଏମକେସିଜିର ମୁଖ୍ୟ ଫାଟକକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭିନ୍ନ ପ୍ରବେଶ ପଥ ସିଲ୍
୭. ସବୁ ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ବ୍ୟବସ୍ଥା
୮. ଓ୍ୱାର୍ଡ ଓ ପଞ୍ଚାୟତ ସ୍ତରରେ ଆମ ସ୍ୱାସ୍ଥ୍ୟ, ଆମ ଦାୟିତ୍ୱ ସଚେତନତା ଅଭିଯାନ
୯. ଜିଲ୍ଲାରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ
୧୦. ବ୍ୟାଙ୍କ ସକାଳ ୮ଟାରୁ ୨ଟା ଯାଏଁ ଖୋଲା
୧୧. ସାଲୁନ୍, ସ୍ପା, ବିୟୁଟି ପାର୍ଲରରେ ଏକସମୟରେ ଜଣେ ଗ୍ରାହକଙ୍କୁ ପ୍ରବେଶ ଅନୁମତି
୧୨. ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କଲେ ଜରିମାନା

ଗଞ୍ଜାମ ଜିଲ୍ଲାରେ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୨୬%
ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୬୨୪ । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଅଛନ୍ତି ସର୍ବାଧିକ ୨ ହଜାର ୮୩୬ । ଅର୍ଥାର ରାଜ୍ୟର ଆକ୍ରାନ୍ତଙ୍କ ୨୬ ପ୍ରତିଶତ କେବଳ ଗୋଟିଏ ଜିଲ୍ଲାରୁ ବାହାରିଛନ୍ତି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଆକ୍ଟିଭ୍ କେସ୍ ରହିଛି ୧ ହଜାର ୩୨୧ । କୋଭିଡ୍ ହସ୍ପିଟାଲରୁ ୧ ହଜାର ୪୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ନେଇଛି ୨୭ ଜଣଙ୍କର ଜୀବନ । ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟାର ୫୬ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାର ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୮ ମୁଣ୍ଡ ନେଇଛି ମହାମାରୀ କରୋନା ।
BREAKING NEWS
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
Comments are closed.