ପିପିଲି: କିଛି ଦିନର ବିରତି ପରେ ଏବେ ପୁଣି ଥରେ ପିପିଲିକୁ ଫେରିଲା ବାର୍ଡ ଫ୍ଲୁ! ପିପିଲିରେ ପୁଣି କୁକୁଡ଼ା ମଡ଼କ । ଅଜଣା ରୋଗରେ ଅନେକ ଫାର୍ମରେ ଶହ ଶହ କୁକୁଡ଼ା ମରି ପଡିଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି କୁକୁଡା ଚାଷୀ ।
ସୂଚନା ଅନୁସାରେ, ଗତ ସପ୍ତାହେ ଭିତରେ ପିପିଲି ଅଞ୍ଚଳର ଅନେକ ଫାର୍ମରୁ ୨ ହାଜରରୁ ଅଧିକ କୁକୁଡ଼ା ମରିଥିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି କୁକୁଡା ଚାଷୀ । ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ ଯଦି ଏବେ ପ୍ରଶାସନ ପକ୍ଷରୁ କୌଣସି ଉଚିତ୍ ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହେବ । ତେବେ ମରି ପଡିଥିବା କୁକୁଡାଙ୍କ ନମୁନାକୁ ନେଇ ଖୁବ୍ ଶୀଘ୍ର ପ୍ରଶାସନ ପରୀକ୍ଷା କରୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।