Latest Odisha News

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୫ରୁ ଅଧିକ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ଯାଜପୁର ପୋଲିସ

ଯାଜପୁର : ବିଞ୍ଝାରପୁର ବାଛୋଳ ବାମଦେବପୁର ପଞ୍ଚାୟତର ୨ ନମ୍ବର ବୁଥରେ ଜବର ଦଖଲ ଅଭିଯୋଗ ଓ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଗାଡି ଭଙ୍ଗାରୁଜା ଘଟଣାରେ ଆକ୍ସନ ମୋଡରେ ପୋଳିସ । ୨୫ରୁ ଅଧିକ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ଯାଜପୁର ପୋଲିସ । ବିଞ୍ଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତର ୪ ଓ ୨ ନମ୍ବର ବୁଥରୁ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ନେଉଥିବା ସମୟରେ ସାମ୍ବାଦିକମାନେ ପହଞ୍ଚି ଭିଜୁଆଲ ନେଉଥିଲେ । କିନ୍ତୁ ଏହି ସମୟରେ ଦୁର୍ବୃତ୍ତ ମାନେ କିଛି ସାମ୍ବାଦିକଙ୍କୁ ମରଣଶନ୍ତକ ଆକ୍ରମଣ କରିଥିଲେ ।

ସାମ୍ବାଦିକଙ୍କୁ ଦୟନୀୟ ଭାବେ ଆକ୍ରମଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ଏପରିକି ଗାଡ଼ିକୁ ଟେକା ପଥର ମାରି ସମ୍ପୂର୍ଣ ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ବିଞ୍ଝାରପୁର ପୋଲିସ ୨୫ରୁ ଅଧିକ ଅଭିଯୁକ୍ତଙ୍କୁ ଉଠାଇ ଆଣି ଘଟଣାର ତଦନ୍ତ କରୁଛି ।

Comments are closed.