Latest Odisha News

BREAKING NEWS

ପରୀକ୍ଷା ପେ ଚର୍ଚ୍ଚା: ଓଡ଼ିଶାରୁ ଯୋଗଦେବେ ୨୬ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧, ସକାଳ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ ।  ସୋମବାର  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଥିଲେ।

ବୁଧବାର ଭୁବନେଶ୍ୱର ସ୍ଥିତ ପିଆଇବି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି କହିଛି. ଚଳିତ ଥର ପ୍ରଥମ ଥର ପାଇଁ ସବୁ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ଦେଖିବାର କାର୍ଯ୍ୟକ୍ରମ ରହିଛି । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସବୁ ଅନୁଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ, ନର୍ସିଂ ସ୍କୁଲ ତଥା ଭାରତ ସରକାରଙ୍କ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଛି । ବିଦେଶରୁ ମଧ୍ୟ ଭର୍ଚ୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଡିହେବେ । କାର୍ଯ୍ୟକ୍ରମରେ ଓଡ଼ିଶାରୁ ପ୍ରାୟ ୨୬,୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ୪୯୮୬ ଶିକ୍ଷକ-ଶିକ୍ଷୟିତ୍ରୀ, ୧୨୨୩ ଅଭିଭାବକ ଯୋଗଦେବେ ।

କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତରପ୍ରଦେଶ ଏବଂ ହରିୟାଣାର ୧ ହଜାର ଛାତ୍ରଛାତ୍ରୀଙ୍କୁ ତାଲକଟୋରା ଷ୍ଟାଡ଼ିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଛି ।

ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବା ଦିଗରେ ପରାମର୍ଶ ଦେବେ ।

ଗତ ବର୍ଷ ମହାମାରୀ ସମୟରେ ଅନଲାଇନରେ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା । ଏହି ବର୍ଷ ପରୀକ୍ଷା ପେ ଚର୍ଚ୍ଚାକୁ ଲୋକପ୍ରିୟ କରିବା ପାଇଁ, ବିଦ୍ୟାର୍ଥୀ ମାନଙ୍କ ପାଖରେ ପହଁଚାଇବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ MyGov.in ପ୍ଲାଟଫର୍ମ ମାଧ୍ୟମରେ ୨୦୨୧ ଡ଼ିସେମ୍ବର ୨୮ରୁ ୨୦୨୨ ଫେବୃୟାରୀ ୩ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏହି ବର୍ଷ ରଚନାତ୍ମକ ଲେଖା ପ୍ରତିଯୋଗିତା ପାଇଁ ୧୫.୭ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଞ୍ଜିକରଣ କରିବା ସହ ଭାଗ ନେଇଥିଲେ । MyGov.in ଦ୍ୱାରା ଆୟୋଜିତ ଏଗଜାମ ଷ୍ଟ୍ରେସ ମ୍ୟାନଜମେଂଟ୍‌, ସ୍ୱାଧୀନତାର ଅମୃତ ମହୋତ୍ସବ, ପର୍ଯ୍ୟାବରଣ, ଅଭିଭାବକଙ୍କ ଭୂମିକା, ଭୋକାଲ ଫର୍ ଲୋକାଲ ଭଳି ବିଭିନ୍ନ ପ୍ରତିଯୋଗିତାରେ ଚୟନ ହୋଇଥିବା ୨୦୫୦ ଛାତ୍ରଛାତ୍ରୀଙ୍କୁ ଏନସିଇଆରଟିର ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।  ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରଚିତ ‘ଏଗଜାମ ୱାରିୟର’ ପୁସ୍ତକ ଥିବା ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୬ ଜଣ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.