Latest Odisha News

BREAKING NEWS

ଆମେରିକାରେ ହରିଣଙ୍କ ସଂଖ୍ୟା ୩ କୋଟି ଛୁଇଁଲା

ନ୍ୟୁୟର୍କ: ନିକଟରେ କରାଯାଇଥିବା ଏକ ଗଣନା ଅନୁସାରେ ଏବେ ଆମେରିକାରେ ୩ କୋଟିରୁ ଊର୍ଦ୍ଧ୍ୱ ହରିଣ ଅଛନ୍ତି । ଯାହା କି ପଶୁପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ୭୦ରୁ ୮୦ ବର୍ଷ ତଳେ ଆମେରିକାରେ ପ୍ରବଳ ଗଛ କଟାଯିବା ଯୋଗୁ ହରିଣଙ୍କ ସଂଖ୍ୟା କମି ଯାଇଥିଲା । ଏପରିକି ଏହା ଏଠାରେ ବିଲୁପ୍ତ ହୋଇଯିବାକୁ ବସିଥିଲା । ପରିବେଶପ୍ରେମୀ, ସଚେତନା ଓ ସରକାରଙ୍କ ଉଦ୍ୟମ ଯୋଗୁ ଧିରେ ଧିରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା । ଆମେରିକାର ପୂର୍ବାଂଚଳରେ ଏମାନଙ୍କ ସଂଖ୍ୟା ବିଶେଷ ଭାବେ ବୃଦ୍ଧି ପାଇଛି । ୧୭୦୦ ଏକର ପରିବ୍ୟାପ୍ତ ଅଂଚଳରେ ଏକ ହରିଣ ପାର୍କ କରାଯାଇଛି । ମାନସିକ ଚାପରୁ ମୁକୁଳିବା ପାଇଁ ଏହି ପାର୍କ ଅନେକ ଆମେରିକୀୟ ଛୁଟି କଟାଇବାକୁ ଆସିଥାନ୍ତି ।

ତେବେ ଏ ସବୁ ସତ୍ୱେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ହରିଣଙ୍କ ସଂଖ୍ୟା ଆଶାନୁରୂପ ବୃଦ୍ଧି ପାଇବା ଯୋଗୁ ଅନେକ ମୂଲ୍ୟବାନ ଲତା ଓ ଗୁଲ୍ମ ଲୋପ ପାଇବାରେ ଲାଗିଛି । ସରକାର ଏବେ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଯେଉଁ ସବୁ ସ୍ଥାନରେ ତୃଣଭୋଜି ରହୁଛନ୍ତି ସେଠାରେ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ନ ଲଗାଇ ଅନ୍ୟ ସ୍ଥାନରେ ରୋପଣ ପାଇଁ ପରାମର୍ଶ ଦିଆଯାଇଛି ।

Comments are closed.