Latest Odisha News

BREAKING NEWS

ମୁମ୍ବାଇ ଗୋରେଗାଓଁ ଆଜାଦ ନଗରରେ ଭୟଙ୍କର ଅଗ୍ନିକାଣ୍ଡ: ୭ମୃତ, ୩୦ରୁ ଉର୍ଦ୍ଧ୍ବ ବାଇକ୍ ପୋଡି ପାଉଁଶ

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁରେ ଥିବା  ଆଜାଦ ନଗରର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ଫଳରେ ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି  ।   ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  । ଏହି ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରି ବିଏମସି କହିଛି ଗୋରେଗାଓଁର ୫ ମହଲା ରେ  ଅଗ୍ନିକାଣ୍ଡ ଘଟିଛି  । ୩୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି ।

BjdElectrycity

ଗୋରେଗାଓଁ ପଶ୍ଚିମର ଆଜାଦ ମଇଦାନ ନିକଟରେ ଅବସ୍ଥିତ ଜୟ ଭବାନୀ ବିଲଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି।  ନିଆଁ କେବଳ ତଳ ମହଲାରେ ଥିବା ଦୋକାନ, ଏବଂ ନିକଟରେ ପାର୍କିଂ ହୋଇଥିବା ଅନେକ ଗାଡିରେ ସୀମିତ ରହିଥିଲା। ୩ ଘଣ୍ଟା ପରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା ।  ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଅଗ୍ନିକାଣ୍ଡରେ ୩୦ ରୁ ଅଧିକ ବାଇକ୍ ଏବଂ ୪ଟି  କାର ଜଳିଯାଇଛି  ।

Leave A Reply

Your email address will not be published.