ଭୁବନେଶ୍ୱର: ବେପରୁଆ ଢଙ୍ଗରେ ଗାଡ଼ି ଚାଳାଉଥିଲେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଚେକିଂରେ ଧାରପଡିଲେ ତଣ୍ଡ ଗଣିବେ । ତାସହ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ନୂଆବର୍ଷରୁ ରାଜ୍ୟରେ ଜୋରଦାର ହୋଇଛି ଟ୍ରାଫିକ ଧରପଗଡ଼ । ଅମାନିଆ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ଜାନୁଆରୀ ପହିଲାରୁ ୨୧ ତାରିଖ ଭିତରେ ରାଜ୍ୟରେ ୪ହଜାର ୨୬୭ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ ହୋଇଛି ।

ହେଲମେଟ୍ ନ ପିନ୍ଧିବା କାରଣରୁ ସର୍ବାଧିକ ୨ହଜାର ୬୮୮ ଜଣଙ୍କର ଡିଏଲ୍ ତିନି ମାସ ବାତିଲ କରାଯାଇଛି । ସେହିପରି ଦ୍ରୁତ ଗତିରେ ଗାଡ଼ି ଚଳାଇବା କାରଣରୁ ୭୨୮ଜଣ, ମୋବାଇଲ୍ ଫୋନରେ କଥା ହୋଇ ଗାଡ଼ି ଚାଳନାରୁ ୨୫୫, ମଦ ପିଇ ଗାଡ଼ି ଚଳାଇବା ବେଳେ ଧରାପଡ଼ିବାରୁ ୭୮ ଜଣ ଚାଳକଙ୍କ ଡିଏଲ୍ ରଦ୍ଦ ହୋଇଛି ।

ଭୁବନେଶ୍ୱର ଆରଟିଓ-୧ ପରିସରରୁ ସର୍ବାଧିକ ୬୫୪, ଭୁବନେଶ୍ୱର ଆରଟି-୨ ଅଧୀନରେ ୫୪୮, କଟକରେ ୫୩୭, ସମ୍ୱଲପୁରରେ ୪୧୦ ଓ ରାଉରକେଲା ଆରଟିଓ ଅଧୀନରେ ୨୭୯ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ କରାଯାଇଛି । ଏବେ ପଛରେ ବସିଥିବା ଲୋକ ବି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

Comments are closed.