Latest Odisha News

ଅଧଘଣ୍ଟାରେ ୫ ହଜାରରୁ ଅଧିକ ଥର ବଜ୍ରପାତ, ୫ ଜଣଙ୍କ ମୃତ୍ୟୁ ସୂଚନା

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼଼ ପ୍ରଭାବରେ କାଳବୈଶାଖୀ ବର୍ଷା ଲାଗି ରହିଛି । ସପ୍ତାହେରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଥିବା ବେଳେ ଆଜି ଅପରାହ୍ଣରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଅଧଘଣ୍ଟା ଭିତରେ ୫ ହଜାରରୁ ଅଧିକ ଥର ବଜ୍ରପାତ (Lightning flashes) ହୋଇଥିବା ସୂଚନା ମିଳିଛି ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ଟ୍ୱିଟ୍ ଅନୁସାରେ, ଆଜି ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଅଘ ଘଣ୍ଟା ମଧ୍ୟରେ ୫ ହଜାରରୁ ଅଧିକ ଥର ବଜ୍ରପାତ (Lightning flashes) ହୋଇଛି । ଯାହାକି ଭାବନା ବାହାରେ ବାହାରେ ବୋଲି ଟ୍ୱିଟ୍ କରିଛନ୍ତି ଉମାଶଙ୍କର ଦାସ ।

ଉମାଶଙ୍କର ଦାସଙ୍କ ଟ୍ୱିଟ୍ ଅନୁସାରେ, ହୋଇଥିବା ବଜ୍ରପାତରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସୂତ୍ରକୁ ଆଧାର କରି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି । ତେବେ ବାସୁଦେବପୁରର ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଏତେ ଥର ବଜ୍ରପାତ (Lightning flashes) ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

Comments are closed.