Latest Odisha News

BREAKING NEWS

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରନ୍ତି ଭାରତୀ : ପ୍ରତିକ୍ରିୟା ଦେଲେ ହର୍ଷ

ମୁମ୍ବାଇ: କମେଡ଼ି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ନିକଟରେ ହର୍ଷ ପତ୍ନୀ ଭାରତୀଙ୍କ ରୋଜଗାର ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଏକ ସାକ୍ଷାତକାରରେ ହର୍ଷ କହିଛନ୍ତି ଯେ, ବାସ୍ତବରେ ମୋଠାରୁ ମୋ ପତ୍ନୀ ଭାରତୀ ଅଧିକ ରୋଜଗାର କରନ୍ତି । ଏହା ମୋ ପାଇଁ ଗର୍ବର କଥା । କାରଣ ମୋ ପତ୍ନୀ ଜଣେ ଭଲ କମେଡ଼ିଆନ । ଆଉ ମୋଠାରୁ ଅଧିକ ଲୋକପ୍ରିୟ ବି । ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ନିଜ ପତ୍ନୀଙ୍କ ଲୋକପ୍ରିୟତାକୁ ନେଇ ଖୁସି ଅଛନ୍ତି । ଆମେ ଉଭୟ ନିଜ ପାଇଁ ଏକ ଖୁସିର ଦୁନିଆ ତିଆରି କରୁ । ସବୁଠୁ ବଡ଼ କଥା ଭାରତୀ ପରି ପ୍ରତିଭାବାନ ଝିଅ ମୋର ପତ୍ନୀ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ବୋଲି ଭାବେ ।

ହର୍ଷ ତାଙ୍କ ଅଭିନୟ ବିଷୟରେ କହିଛନ୍ତି ଯେ, ବର୍ତ୍ତମାନ ସେ ଆଙ୍କରିଂ କରୁଛନ୍ତି । କିନ୍ତୁ ସେ ମଧ୍ୟ ଅଭିନୟ କରିବାକୁ ଚାହୁଁଛନ୍ତି । ପୂର୍ବରୁ ବହୁ ଥର ଛୋଟ ପରଦାରେ ଅଭିନୟ ପାଇଁ ଅଫର ଆସିଛି । ହେଲେ ସେସବୁ ତାଙ୍କୁ ପସନ୍ଦ ଆସିନାହିଁ । ତେଣୁ ସେ ତାକୁ ରିଜେକ୍ଟ କରିଦେଇଛନ୍ତି । ଆଗକୁ ବହୁତ ଭଲ ପ୍ରୋଜେକ୍ଟ ଅଛି, ଯାହା ବିଷୟରେ ସେ ଖୁବ୍ ଶୀଘ୍ର ତାଙ୍କ ପ୍ରଶଂସକମାନଙ୍କୁ ଜଣାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.