Latest Odisha News

BREAKING NEWS

୬ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ରାୟଗଡ଼ା ପଦ୍ମପୁର ପୋଲିସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସକୁ ସଫଳତା । ଚୋରା ଚାଲାଣ ବେଳେ ୬ କ୍ବିଣ୍ଟାଲ ୪୦ କୋଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୪ ଲକ୍ଷ ଟଙ୍କାରୁ ଅଧିକ ହେବ ।

BjdElectrycity

କେନ୍ଦୁଗୁଡା ଫାଣ୍ଡି ସିମିରି ବିଶ୍ରାମଗାରରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରୁ ୬ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରାଯିବା ସହ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ୨ ଜଣ ହେଲେ ସିମିରି ଗ୍ରାମର ରେକଡ଼ା ବେଇନା ଓ ମିଲିକାପାଙ୍ଗା ଗାଁର ଟୁନା ଲିମା । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ଜଣାପଡିଛି । ଗିରଫ ପରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.