Latest Odisha News

BREAKING NEWS

୬୫ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେରଳରୁ ଆସିଥିବା ୬୫ ରୁ ଅଧିକ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କୋଲାର କେଜିଏଫ୍ କଲେଜ ଅଫ୍ ଡେଣ୍ଟାଲ୍ ସାଇନ୍ସ ଏବଂ ହସ୍ପିଟାଲରେ ୬୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି  ଏ ବାବଦରେ କହିଛନ୍ତି ଯେ ରାଜ୍ୟ ସରକାର ପରିଚାଳନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ରିପୋର୍ଟ ଅନୁଯାୟୀ, ରାଜ୍ୟରେ କରୋନା ବୃଦ୍ଧି ମଧ୍ୟରେ କେରଳରୁ ଆସୁଥିବା ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡ଼ିବେ ନାହିଁ ବୋଲି ସୁଧାକର ଆଶ୍ୱାସନା ଦେଇଛନ୍ତି। କର୍ଣ୍ଣାଟକ ସରକାର ଏହା ପୂର୍ବରୁ ଘୋଷଣା କରିଥିଲେ ଯେ କେରଳରୁ ଆସୁଥିବା ଲୋକଙ୍କୁ ଟିକାକରଣ କରାଯାଇଥିଲେ ମଧ୍ୟ ଏକ ନେଗେଟିଭ ଆର୍‌ଟିପିସିଆର୍‌ ପରୀକ୍ଷା ରିପୋର୍ଟ ବହନ କରିବାକୁ ପଡିବ।

Comments are closed.