Latest Odisha News

BREAKING NEWS

ଭୁବନେଶ୍ୱରରେ ବଢୁଛି, ଖୋର୍ଦ୍ଧା ଲଢୁଛି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ମୁଣ୍ଡ ବିନ୍ଧାର କାରଣ ହେଲାଣି କରୋନା ସଂକ୍ରମଣ । ପ୍ରତିଦିନ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧ ହଜାର ୭୪୪କୁ ବୃଦ୍ଧି ପାଇଛି ପଜିଟିଭ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରୁ ଯେତିକି ଭୂତାଣୁ ସଂକ୍ରମିତ ଅଛନ୍ତି ତାର ଅଧାରୁ ଅଧିକ କେସ୍ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ବାହାରିଛି ।
ସପ୍ତାହେ ଭିତରେ ୮୦ ପ୍ରତିଶତ ସଂକ୍ରମିତ
ରାଜଧାନୀରେ କରୋନା କାୟା ମେଲାଇ ଚାଲିଛି । କ୍ୱାରେଣ୍ଟାଇନ୍ ସହ ଲୋକାଲ୍ କଣ୍ଟାକ୍ଟ କେସ୍ ବି ବଢୁଛି । ଗତ ସାତ ଦିନର ରିପୋର୍ଟ କହୁଛି ଖୋର୍ଦ୍ଧା ଜିଲ୍ଲାରୁ ଯେତିକି ନୂଆ ଆକ୍ରାନ୍ତ ବାହାରିଛନ୍ତି ତାର ୮୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଅଛନ୍ତି । ସପ୍ତାହେ ଭିତରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୫୭ (ଆଜିର ଆକ୍ରାନ୍ତଙ୍କୁ ବାଦ ଦେଇ) ନୂଆ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ବିଏମସି ଅଞ୍ଚଳର ପଜିଟିଭ୍ ସଂଖ୍ୟା ୩୬୮ ।

ଖୋର୍ଦ୍ଧା ଜିଲ୍ଲାର ମୋଟ୍ ଆକ୍ରାନ୍ତଙ୍କ ୫୨ ପ୍ରତିଶତ ଭୂତାଣୁ ସଂକ୍ରମିତ ବିଏମସି ଅଞ୍ଚଳରୁ ଚିହ୍ନଟ ହେଲେଣି । ହଜାରେ ମୁହାଁ ହେଲାଣି ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ବିଏମସି ଜାରି କରିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୧୯ ଜଣ ।

୫୦୪ ଆକ୍ଟିଭ୍ କେସ୍ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୪୦୩ । ୧୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି । କରୋନା ଚେନ୍ ଭାଙ୍ଗିବା ପାଇଁ ଆଜି ରାତି ୯ଟାରୁ ଖୋର୍ଦ୍ଧା ଜିଲ୍ଲାରେ ଲାଗୁ ହେବ ୧୪ ଦିନିଆ ଲକଡାଉନ୍ ।

Leave A Reply

Your email address will not be published.