Latest Odisha News

BREAKING NEWS

ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ଏକ କିଲୋଗ୍ରାମରୁ ଅଧିକ ସୁନା !

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁରୁବାର ଦିନ ସୀମା ଶୁଳ୍କ ବିଭାଗ ପକ୍ଷରୁ ପ୍ରାୟ ୧.୩ କିଲୋଗ୍ରାମ ସୁନା ଜବତ ହୋଇଛି । ଏହି ସୁନା ଏହି ବିମାନ ବନ୍ଦରରୁ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ସୀମା ଶୁଳ୍ପ ବିଭାଗର କର୍ତ୍ତୃପକ୍ଷ ଏହାକୁ ଜବତ କରିଛନ୍ତି ।

ବୁୁଧବାର ଦିନ ଏୟାର ଏସିଆ ବିମାନରେ କ୍ୱାଲାଲୁମ୍ପୁରରୁ କେରଳର କୋଝିକୋଡ଼ର ଜଣେ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । କୌଣସି ସୂତ୍ରରୁ ଖବରପାଇ କଷ୍ଟମସ ବିଭାଗ ଏହାକୁ ଚଢଉ କରିଥିଲା ।

ଏହି ଜବତ ସୁନାର ଛାନଭିନ୍ନ ବେଳେ ଏହା ୯୯.୯ ପ୍ରତିଶତ ଖାଣ୍ଟି ଥିବାର ଜଣାପଡ଼ିଛି ।

ଏହି ଏୟାରପୋର୍ଟ ଦେଇ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ସୀମା ଶୁଳ୍କ ବିଭାଗ ପକ୍ଷରୁ ଯେଉଁ ଧରପଗଡ଼ ହେଉଛି ସେଥିରେ ସନ୍ତୋଷ ପ୍ରକାଶ କରି ସୀମା ଶୁଳ୍କ (ପ୍ରିଭେନସନ୍) ବିଭାଗର କମିଶନର୍ ଦେବାଶିଷ ସାହୁ କହିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ଚୋରା ଚାଲାଣ ପ୍ରତି କଡ଼ା ନଜର ରଖିଛନ୍ତି ।

Leave A Reply

Your email address will not be published.