Latest Odisha News

BREAKING NEWS

ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ୩୯ ବର୍ଷୀୟ ମୋର୍ଣ୍ଣେ ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି । ସେପ୍ଟମ୍ବର ୧ରେ ସେ ଟିମ ସହିତ ଯୋଗ ଦେବେ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ବୁଧବାର ଏ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବରୁ ମୂଖ୍ୟ କୋଚ ଗୌତମ ଗମ୍ଭୀର ତାଙ୍କୁ ବୋଲିଂ କୋଚ କରିବା ପାଇଁ ଦାବୀ କରି ଆସୁଥିଲେ । ପାରସ ମାହାମ୍ବ୍ରେଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ବ୍ୟକ୍ତିଗତ କାରଣ ଯୋଗୁ ମୋର୍କେଲ ଶ୍ରୀଲଙ୍କା ଗସ୍ତରେ ଯୋଗ ଦେଇପାରି ନ ଥିଲେ । ବିିସିସିଆଇ ସାଇରାଜ ବହୁତଲେଙ୍କୁ ବୋଲିଂ କୋଚ କରାଇ ପଠାଇଥିଲେ ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ମୋର୍କେଲ ଦାୟିତ୍ୱ ଗ୍ରହଣ କରିବେ । ପ୍ରଥମ ଟେଷ୍ଟ ୧୯ ସେପ୍ଟମ୍ବରରେ ଚେନ୍ନାଇରେ ଖେଳାଯିବ । ୨୦୦୬ରୁ ୨୦୧୮ ମଧ୍ୟରେ ମୋର୍କେଲ ୮୬ ଟେଷ୍ଟ, ୧୧୭ ଦିିନକିଆ ଓ ୪୪ ଟି୨୦ ମ୍ୟାଚ ଖେଳିଥିଲେ । ବିଶ୍ୱକପ ୨୦୨୩ରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୋର୍କେଲ ବୋଲିଂ କୋଚ ପଦରୁ ଇସ୍ତଫା ଦେଇଥିଲେ । ମୋର୍କେଲଙ୍କ ଉପସ୍ଥିତି ଦଳର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି ।

Comments are closed.