Latest Odisha News

ଏମିତି କଟେ ଦୁନିଆର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସକାଳ

ନୂଆଦିଲ୍ଲୀ: ସବୁବେଳେ ଚେଷ୍ଟା କରିବା ସକାଳେ ଶଯ୍ୟା ତ୍ୟାଗ ପରେ ଆମେ କିପରି ଫୁର୍ତ୍ତି ରହିବା। ଯଦ୍ୱାରା ଆମକୁ ଦିନସାରା ସତେଜ ଲାଗିବ। ଯଦି ସକାଳେ ଉଠିବା ଠିକ୍ ନ ହୁଏ, ପୂରା ଦିନ ଭଲରେ କଟି ନଥାଏ। ସାଧାରଣତଃ ଭାବେ ଦୁନିଆରେ ପ୍ରସିଦ୍ଧି ଲାଭ କରିଥିବା ଲୋକଙ୍କ ଜୀବନଶୈଳୀକୁ ସମସ୍ତେ ଅନୁକରଣ କରିଥାଆନ୍ତି। ତାଙ୍କ ଡେଲି ଲାଇଫରେ ସେମାନେ କଣ ଖାଆନ୍ତି, କଣ ପିନ୍ଧନ୍ତି ସେସବୁ ଜାଣିବାକୁ ଚାହାନ୍ତି। ଆଜି ଆମେ ଆପଣଙ୍କୁ ଏପରି କିଛି ସେଲିବ୍ରଟିଙ୍କ ମର୍ଣିଂ ରୁଟିନ୍ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏମିତି କି ଧନୀ ଲୋକଙ୍କ ତାଲିକାରେ ତାଙ୍କ ନାଁ ସବୁଠୁ ଆଗରେ ରହିଛି।

ଓପରା ବିନଫ୍ରେ-

ଆମେରିକା ଟକ୍ ଶୋର ସବୁଠୁ ଲୋକପ୍ରିୟ ଉପସ୍ଥାପକ ଓପରା ବିନଫ୍ରେଙ୍କ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କୁ କୋଟି କୋଟି ଲୋକ ଭଲ ପାଆନ୍ତି। ସେ ସବୁଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ଉଠିଯାଆନ୍ତି। ସକାଳେ ଉଠି ବ୍ରସ କରିବା ପରେ ତାଙ୍କ ପୋଷା କୁକୁରକୁ ଧରି ବୁଲିବାକୁ ଯାଆନ୍ତି। ସେଠାରୁ ଫେରିବା ପରେ କଫି ପିଅନ୍ତି। ଆଉ ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରିଥାନ୍ତି।

ସୁନ୍ଦର ପିଚାଇ-

ଗୁଗଲ ସିଇଓ  ସୁନ୍ଦର ପିଚାଇଙ୍କୁ କିଏ ବା ନ ଜାଣେ । ସେ ସାରା ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଛନ୍ତି।  ସେ ପ୍ରତିଦିନ ସକାଳ ୭ଟାରେ ଉଠି ଯାଆନ୍ତି। ଏହାପରେ ସେ ଚା ପିଇ ଖବରକାଗଜ ପଢି ଥାଆନ୍ତି।

ମାର୍କ ଜୁକରବର୍ଗ –

ଫେସବୁକ,ଇନଷ୍ଟାଗ୍ରାମ  ଓ ମେଟାର ସିଇଓ ମାର୍କ ଜୁକରବର୍ଗ ।  ଦୁନିଆର ଧନୀ ଲୋକଙ୍କ ତାଲିକାରେ ତାଙ୍କ ନାଁ ରହିଛି। ପ୍ରତ୍ୟହ ସକାଳ ୮ଟାରୁ ଆରମ୍ଭ ହୁଏ ମାର୍କ ଜୁକରବର୍ଗଙ୍କ ଦୈନନ୍ଦିନ ଜୀବନ। ସକାଳେ ଉଠିବା ପରେ ସେ ହ୍ୱାଟସପ ଅନ୍ କରନ୍ତି। ସପ୍ତାହକୁ ତିନି ଦିନ ବ୍ୟାୟାମ କରନ୍ତି। ସକାଳ ଜଳଖିଆ ଖାଇ ଅଫିସ ବାହାରି ଯାଆନ୍ତି।

ଏଲନ ମକ୍ସ-

ଟେସଲା, ସ୍ପେସ୍ ଏକ୍ସର ସିଇଓ ଏଲନ ମସ୍କ ସକାଳ ୭ଟାରୁ ଉଠି ଯାଆନ୍ତି। କଫି ପିଇ ତାଙ୍କ ଦିନ ଆରମ୍ଭ କରନ୍ତି। ଏହି ସମୟରେ ତାଙ୍କ ମେଲ୍ ଚେକ୍ କରନ୍ତି। ପରେ କାମ ପାଇଁ ବାହାରି ଯାଆନ୍ତି। ସକାଳ ଜଳଖିଆ ଖାଆନ୍ତି ନାହିଁ। ସେ ହେଉଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି।

ବିଲ୍ ଗେଟସ୍-

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ତାଙ୍କ ସକାଳ‌ ବ୍ୟାୟାମରୁ ଦିନର ଆରମ୍ଭ କରିଥାଆନ୍ତି। ସେ‌ ଏକ ଘଣ୍ଟା ଟ୍ରେଡ୍ ମିଲରେ ସମୟ ଅତିବାହିତ କରନ୍ତି। ଏହାପରେ ସେ ଶିକ୍ଷାଗତ ଭିଡିଓ ଦେଖନ୍ତି।

 

Comments are closed.