Latest Odisha News

BREAKING NEWS

ଏମିତି ଜଣେ ରାଜା ଥିଲେ: ଯାହାଙ୍କର ଥିଲେ ୧ହଜାରରୁ ଅଧିକ ଛୁଆ

ଦିନକୁ ଦିନ କେବଳ ଭାରତ ନୁହେଁ ଅନେକ ଦେଶର ଜନସଂଖ୍ୟା ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ଭାରତ ସରକାର ମଧ୍ୟ ପରିବାର ନିୟୋଜନକୁ ଦୃଷ୍ଟିରେ ରଖି ଆମେ ଦୁଇ, ଆମର ଦୁଇ ଭଳି ସ୍ଲୋଗାନ ଆରମ୍ଭ କରିଥିଲେ । ଏହା ବାଦ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ରାଜାଙ୍କ ବାବଦରେ କହିବୁ ଯିଏ ନିଜସ୍ୱ ସ୍ୱାର୍ଥ ପାଇଁ ଅନେକଙ୍କୁ ଗର୍ଭବତୀ କରାଇଥିଲେ । ରାଜାରାଜୁଡ଼ା ସମୟରେ ରାଜାଙ୍କର ଅନେକ ରାଣୀ ଥିବାର ଇତିହାସ ବହିରେ ଆପଣ ପଢ଼ିଥିବେ । କିନ୍ତୁ ଆପଣ ଜାଣନ୍ତି ଏମିତି ଜଣେ ରାଜା ଥିଲେ ଯାହାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ଲିପିବଦ୍ଧ ହୋଇ ରହିଛି । ଏହି ରାଜାଙ୍କ ନାମ ଥିଲା ମୋୖଲେ ଇସ୍ମାଇଲ ସରିଫ ।

ସେ ମରୋକ୍କୋର ରାଜା ଥିବାବେଳେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମୁତାବକ ତାଙ୍କର ୭୦୦ ସନ୍ତାନସନ୍ତତି ଥିଲେ । ତେବେ ଫ୍ରାନ୍ସର ରାଷ୍ଟ୍ରଦୂତ ଡୋମିନିକ୍ ବସ୍ନୋଟ୍ ତାଙ୍କ ପୁସ୍ତକରେ ପ୍ରକାଶ କରିଥିଲେ ଯେ ମୋରୋକ୍କୋର ସୁଲତାନ ମୋୖଲେ ଇସ୍ମାଇଲ ସରିଫଙ୍କର ୧୧୭୧ ସନ୍ତାନ ଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ରାଜା ଏତେ ନିଷ୍ଠୁର ଥିଲେ ଯେ ତାଙ୍କ ସୈନିକମାନଙ୍କ ପତ୍ନୀଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ଗର୍ଭବତୀ କରାଉଥିଲେ ଓ ସେମାନଙ୍କ ଛୁଆକୁ ବଡ କରାଇ ସେନାବାହିନୀରେ ସାମିଲ କରୁଥିଲେ ।

ଏହି ନିଷ୍ଠୁରତା ପାଇଁ ତାଙ୍କୁ ‘ଦି ବ୍ଲଡ଼ ଥାରଷ୍ଟି’ ବା ‘ରକ୍ତ ତୃଷାର୍ତ୍ତ’ ବୋଲି କୁହାଯାଉଥିଲା । ୧୬୭୨ ରୁ ୧୭୨୭ ପର୍ଯ୍ୟନ୍ତ ସେ ଶାସନ କରିଥିବାବେଳେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅମାନଙ୍କ ମଧ୍ୟରେ ସିଂହାସନ ପାଇଁ ସଂଗ୍ରାମ ଆରମ୍ଭ ହୋଇଥିଲା | ଫ୍ରାନ୍ସର ରାଷ୍ଟ୍ରଦୂତ ଡୋମିନିକ୍ ବସ୍ନୋଟଙ୍କ ପୁସ୍ତକ ୧୭୦୪ ମସିହା ସୁଦ୍ଧା ସୁଲତାନଙ୍କର ୧୧୭୧ ସନ୍ତାନ ଥିଲେ। ଏହି ନିଷ୍ଠୁର ରାଜାଙ୍କର ୫୭ ବର୍ଷ ବୟସରେ ମୃତ୍ୟୁ ହୋଇଥିବାବେଳେ ସେ ୩୨ ବର୍ଷ ଶାସନ କରିଥିଲେ।

Leave A Reply

Your email address will not be published.