Latest Odisha News

BREAKING NEWS

ପଞ୍ଚଭୂତରେ ବିଲୀନ ହେଲେ ସରୋଜ ପଟ୍ଟନାୟକ

ବାରିପଦା: ପଞ୍ଚଭୂତରେ ବିଲୀନ ହେଲା ସରୋଜ ପଟ୍ଟନାୟକଙ୍କ ପାର୍ଥୀବ ଶରୀର । ସ୍ଥାନୀୟ ବାରୁଣୀ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି । ଆଜି ତାଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ବାରୁଣୀ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଶେଷକୃତ ସମ୍ପନ୍ନ ହୋଇଛି । ବଡ଼ ପୁଅ ରାଜେଶ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।

ସରୋଜଙ୍କ ପରଲୋକରେ ସାରା ମୟୁରଭଞ୍ଜ ସମେତ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଗତକାଲି ରାତିରେ ବାରିପଦା ସ୍ଥିତ ବଡ଼ବଜାର ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସୋରଜ ପଟ୍ଟନାୟକ ଜଣେ ଓଡ଼ିଆ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।

୧୯୭୭ ମସିହାରେ ଅଭିମାନ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସିନେ ଜଗତର ବହୁ ବରିଷ୍ଠ ଅଭିନେତା, ଅଭିନେତ୍ରୀ, ପ୍ରାଜୋଜକ ଓ ନିର୍ଦ୍ଦେଶକ ସରୋଜଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନିକଟରେ ମିହିର ଦାସ ଓ ଏବେ ସରୋଜ ପଟ୍ଟନାୟକଙ୍କ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସିନେପ୍ରେମୀ ।

Comments are closed, but trackbacks and pingbacks are open.