ନୂଆଦିଲ୍ଲୀ: ଆଇସଲାଣ୍ଡରେ ୩ଟି ମଶା ମିଳିବା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆଟାଂର୍କଟିକା ଓ ଆଇସଲାଣ୍ଡରେ ଭଳି ସ୍ଥାନରେ ମଶା ପ୍ରାୟତଃ ଦେଖାଯାଏ ନାହିଁ । ବେୟର୍ଣ୍ଣ ହଜଲଟସନ ନାମକ ଜଣେ ବ୍ୟକ୍ତି ଅକ୍ଟୋବର ୧୬ରେ ମଶାକୁ ଦେଖିଥିଲେ । ସେ ଏହାକୁ ଧରି କୀଟପତଙ୍ଗ ଏକ୍ସପର୍ଟ ମାଥିୟସ ଆଲଫ୍ରେଡଶନଙ୍କୁ ଡକାଇଥିଲେ । ପରେ ଏହା କୁଲିସେଟା ଏନୁଲାଟା ନାମ ପ୍ରଜାତିର ମଶା ବୋଲି ଜଣା ପଡିଥିଲା । ବୈଜ୍ଞାନିକଙ୍କ ମତରେ ଯଦି ଏଠାରେ ମଶା ବଂଚିଯିବେ ତେବେ ପ୍ରାକୃତିକ ସନ୍ତୁଳନ ଓ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ତେବେ ମଶା ଏହି ସ୍ଥାନକୁ କିପରି ଆସିଲା ତାହା ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବୁଝି ପାରୁ ନାହାନ୍ତି ।
ଉଡାଜାହଜ କିମ୍ବା ଜାହାଜର ସାମଗ୍ରୀ ମାଧ୍ୟମରେ ମଶା ଏଠାକୁ ପଳାଇ ଆସିଥିବା ଅନୁମାନ କରାଯାଉଛି । ପୂର୍ବରୁ ଥରେ ଦୁଇ ଥର ଉଡାଜାହଜରେ ମଶା ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଜଙ୍ଗଲୀ ମଶା ଦେଖିବାକୁ ମିଳିଛି । ଏଠାକାର ପରିବେଶ ଧୀରେ ଧୀରେ ଉତପ୍ତ ହେଉଥିବାରୁ ମଶାମାନେ ବଂଚି ଯାଉଥିବା ଅନୁମାନ କରାଯାଉଛି । ଥଣ୍ଡା ପୂର୍ବରୁ ସେମାନେ ସୁରକ୍ଷିତ ସ୍ଥାନରେ ଲୁଚି ଯାଉଥିବେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
Comments are closed.