Latest Odisha News

Gadar-2 vs OMG-2: ସୁପର ଫ୍ରାଇଡେରେ ସୁପର ଧମାକା, ରିଲିଜ ହୋଇଛି ଦୁଇ ଦୁଇଟି ଫିଲ୍ମ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-୨ ଏବଂ ଓଏମଜି-୨ । ସୁପର ଫ୍ରାଇଡେରେ ସୁପର ଧମାକା କରିବେ ସନ୍ନି ଦେଓଲ୍ ଓ ଅକ୍ଷୟ କୁମାର । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।

ଏବର୍ଷର ଦୁଇଟି ମୋଷ୍ଟ ଆୱେଟେଡ୍ ଫିଲ୍ମ ରିଲିଜ୍ ହୋଇଛି । କମେଡିରେ ଭରପୁର ଥିବା ଫିଲ୍ମ ଓଏମଜି-୨ କୁ ଟକ୍କର ଦେବ ଡ୍ରାମା ଓ ଆକ୍ସନରେ ଭରପୁର ଥିବା ଫିଲ୍ମ ଗଦର-୨ । ଗଦରର ପ୍ରଥମ ପାର୍ଟରେ କାହାଣୀ ଯେଉଁଠୁ ସରିଥିଲା ସେଇଠୁ ଆରମ୍ଭ ହେଉଥିବା ବେଳେ OMG 2ରେ ଅନେକ କିଛି ନୂଆ ଦେଖିବାକୁ ମିଳିବ ।

ପୂର୍ବରୁ ରିଲିଜ ହୋଇଥିବା ଓଏମଜି-୨ର ଟ୍ରେଲର ଏବଂ ଗୀତକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ବର୍ତ୍ତମାନ ଫିଲ୍ମଟି ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ । ଟିଜରରେ ଦେଖାଯାଇଥିବା ତାଙ୍କର ଏହି ସଂଳାପ ହିନ୍ଦୁ ପୁରାଣର ଏକ କାହାଣୀ ଉପରେ ଆଧାରିତ । ତେବେ ଟ୍ରେଲର ରିଲିଜ ହେବା ପରେ କିଛି ସିନକୁ ନେଇ ଫିଲ୍ମଟି ବିବାଦକୁ ଆସିଥିଲା। ଏବଂ ଫିଲ୍ମକୁ ସେନ୍ସର ବୋର୍ଡ ତରଫରୁ ସାର୍ଟିଫିକେଟ ଦେବା ପାଇଁ ମଧ୍ୟ ବିଳମ୍ବ କରାଯାଇଥିଲା। ପରେ ଫିଲ୍ମରେ କିଛି ପରିବର୍ତ୍ତନ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ତେବେ ପୂର୍ବରୁ ଅକ୍ଷୟଙ୍କ ଅନେକ ଫିଲ୍ମ ଫ୍ଲପ୍‌ ରହିଥିବା ବେଳେ ଏହି ଫିଲ୍ମ ଲୋକଙ୍କ ମନ ଜିତିବ ବୋଲି ଆଶା କରିଛନ୍ତି ନିର୍ମାତା ଏବଂ ଅକ୍ଷୟ ।

ସେପଟେ ଆଜି ରିଲିଜ ହୋଇଛି ଆଉ ଏକ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ । ଫିଲ୍ମର ଟ୍ରେଲର ରିଲିଜ୍‌ ଠାରୁ ଆରମ୍ଭ କରି ଆଡଭାନ୍ସ ବୁକିଂ ପର୍ଯ୍ୟନ୍ତ ‘ଗଦର-୨’ର ଚର୍ଚ୍ଚାରେ ରହିଛି। ‘ଗଦର-୨’ ପାଇଁ ଅଗଷ୍ଟ ୯ ରାତି ପର୍ଯ୍ୟନ୍ତ ୩,୯୧,୯୭୫ ଟିକେଟ ଆଡଭାନ୍ସ ବୁକିଂ କରାଯାଇଥିଲା । ‘ଗଦର ୨’ର ଆଡଭାନ୍ସ ବୁକିଂ ବ୍ରହ୍ମାସ୍ତ୍ରକୁ ଟକ୍କର ଦେଉଛି ଏବଂ ‘ପଠାନ’ ପରେ ଚଳିତ ବର୍ଷର ଦ୍ୱିତୀୟ ସର୍ବୋଚ୍ଚ ଆଡଭାନ୍ସ ବୁକିଂ ଚଳଚ୍ଚିତ୍ର ହୋଇପାରିଛି। ସନ୍ନି ଦେଓଲ୍ ଓ ଅମିଷା ପଟେଲଙ୍କ ଏହି ଫିଲ୍ମ ଅଢ଼େଇ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ସରିଛି । ତେଣୁ ଆଶା କରାଯାଉଛି ଆଜି ପ୍ରଥମ ଦିନରେ ୧୦ କୋଟିରୁ ଅଧିକ ଆୟ କରିପାରେ ଫିଲ୍ମ ।

Comments are closed.