Latest Odisha News

ଦୁନିଆର ସବୁଠାରୁ ବିପଜ୍ଜନକ ଫୁଟପାଥ : ପ୍ରତ୍ୟେକ ଦିନ ପଥଚାରୀ ହୁଅନ୍ତି ଗୁରୁତର

ବ୍ରିଟେନ: ଲୋକମାନେ ସୁବିଧାରେ ଯିବା ଆସିବା କରିବା ପାଇଁ ରାସ୍ତା ନିର୍ମାଣ କରାଯାଇଥାଏ । ରାସ୍ତା ପାର୍ଶ୍ୱରେ ପଥଚାରୀମାନଙ୍କ ପାଇଁ ଫୁଟପାଥ ତିଆରି କରାଯାଇଥାଏ. ଯେଉଁଥିରେ ଲୋକେ ଆରାମ୍‌ରେ ଚାଲିକି ଯାଇପାରିବେ । କିନ୍ତୁ ବ୍ରିଟେନରେ ଏମିତି ଏକ ରାସ୍ତା ଅଛି, ଯାହାକୁ ଦୁନିଆର ସବୁଠାରୁ ବିପଜ୍ଜନକ ଫୁଟପାଥ ବୋଲି କୁହାଯାଏ ।

ଗତ ବର୍ଷ ମାର୍ଚ୍ଚ ମାସରେ ଏହି ରାସ୍ତା ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା । ଏହି ରାସ୍ତାକୁ ତିଆରି କରିବାକୁ ପ୍ରାୟ ନଅ ମାସ ସମୟ ଲାଗିଥିଲା । ଏହାକୁ ଅପ୍ଟିକାଲ ଇଲୁଜନ ଶୈଳୀରେ ନିର୍ମାଣ କରାଯାଇଛି, ଯାହା ମଜା ପାଇଁ ନିର୍ମାଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଏହାର ଉଦଘାଟନ ହେବା ପରଠାରୁ ଏହି ରାସ୍ତାରେ ପଡ଼ି ବହୁ ଲୋକ ଆହତ ହେଲେଣି ।

ବାସ୍ତବରେ, ଏହି ରାସ୍ତାଟି ଅପ୍ଟିକାଲ୍ ଇଲୁଜନ ଶୈଳୀରେ ତିଆରି କରାଯାଇଛି । ପୂର୍ବରୁ ଏହା ଉପରେ ଚାଲିବା ମଜା ଲାଗିବ ବୋଲି ଚିନ୍ତା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହା ବିପଜ୍ଜନକ ହୋଇପଡିଛି । ଏହା ଉପରେ ଚାଲିବା କାରଣରୁ ଲୋକମାନେ ଆହତ ହେଉଛନ୍ତି । ଏହା ଏପରି ଭାବରେ ତିଆରି କରାଯାଇଛି ଯେ ଯେଉଁଠାରେ ଏହା ବଙ୍କା ଦେଖାଯାଏ, ତାହା ସମତଳ ରହିଥାଏ ଏବଂ ଯେଉଁଠାରେ ସମତଳ ଦେଖାଯାଏ, ତାହା ବଙ୍କା ରହିଥାଏ । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ସେମାନଙ୍କ କଥାକୁ ଶୁଣୁ ନାହାନ୍ତି ।

 

Comments are closed.