ଇଟାଲି:ଅଧିକାଂଶ ମହିଳା ବିଭିନ୍ନ ପ୍ରକାର ଜୋତା ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି । ଅନେକ ମହିଳା ଭିନ୍ନ ଭିନ୍ନ ଡ଼ିଜାଇନକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଅଧିକ ଦାମ୍ର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ତେବେ ଦୁନିଆରେ ଏପରି ଏକ ଜୋତା ଅଛି, ଯାହା ଦେଖିବାକୁ ବହୁତ ସୁନ୍ଦର । ହେଲେ ଏହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଦାମୀ ଯୋତାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।
ଦୁବାଇରେ ଦୁନିଆର ସବୁଠାରୁ ଦାମୀ ଜୋତା ପ୍ରଦର୍ଶନ କରାଯାଇଥିଲା । ଏହାକୁ ଇଟାଲୀ ଡିଜାଇନର ଆଣ୍ଟୋନିଓ ଭିଏଟ୍ରି ପ୍ରଦର୍ଶନ କରିଥିଲେ । ସେ ଏହି ଜୋତାକୁ ଦୁନିଆର ସବୁଠୁ ବଡ଼ ବିଲ୍ଡିଂ ବୁର୍ଜ ଖଲିଫାରେ ପ୍ରଦର୍ଶନ କରିଥିଲେ । ଏହାର ନାମ ହେଉଛି ‘ମୁନ୍ ଷ୍ଟାର ଶୁ’ । ଏହି ଜୋତା ମାଧ୍ୟମରେ ସେ ଦୁନିଆର ସବୁଠୁ ବଡ଼ କୋଠାକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଥିଲେ । ଇଟାଲୀରେ ନିର୍ମିତ, ଏମିରେଟ୍ସରେ ଡିଜାଇନ ହୋଇଥିବା ଏହି ଜୋତା ମିଡ୍ ଫ୍ୟାଶନ ସପ୍ତାହରେ ଲୋକଙ୍କ ମଧ୍ୟରେ ପରିଚିତ ହୋଇଥିଲା ।
ଏବେ ଆପଣଙ୍କ ମନକୁ ପ୍ରଶ୍ନ ଉଠୁଥିବ ଏହି ଜୋତା ଏତେ ମହଙ୍ଗା କାହିଁକି? ବାସ୍ତବରେ, ଏହି ଜୋତାରେ ୩୦ କ୍ୟାରେଟ୍ ହୀରା ଖଞ୍ଜା ଯାଇଛି । ଜୋତାର ଗୋଇଠି ସୁନାରେ ତିଆରି । କେବଳ ଏତିକି ନୁହେଁ, ଏହା ୧୫୭୬ରେ ଆର୍ଜେଣ୍ଟିନାରେ ପଡ଼ିଥିବା ଏକ ମେଟେରାଇଟରୁ ନିର୍ମିତ । ସେତେବେଳେ ଏହି ଜୋତାର ମୂଲ୍ୟ ୧୯.୯ ନିୟୁତ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୬୫ କୋଟି ଟଙ୍କା ଥିଲା ।
ଆଣ୍ଟୋନିଓ ଭିଏଟ୍ରି ପ୍ରଥମ ଥର ନୁହେଁ ମୂଲ୍ୟବାନ ପଥରରୁ ଜୋତା ତିଆରି କରିଥିଲେ ।୨୦୧୭ରେ ସେ ୨୪ କ୍ୟାରେଟ ସୁନାରେ ନିର୍ମିତ ବିଶ୍ୱର ପ୍ରଥମ ଜୋତା ତିଆରି କରିଥିଲେ । ଯେଉଁମାନେ ଏହାକୁ କିଣିଥିଲେ, ଜୋତା ହେଲିକପ୍ଟର ଯୋଗେ ବିତରଣ କରାଯାଇଥିଲା । ନିଲାମରେ ବିକ୍ରି ହୋଇଥିବା ଦୁନିଆର ସବୁଠୁ ଦାମୀ ସ୍ନେକର ଜୋତା ହେଉଛି ନାଇକର ଏୟାର ଜୋର୍ଡାନ । ଯାହା ୧୭ ମେ’ ୨୦୨୦ରେ ୪ କୋଟିରେ ବିକ୍ରି ହୋଇଥିଲା । ଏହି ଜୋତାକୁ ମହାନ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନ ୧୯୮୫ରେ ଏକ ଖେଳରେ ପିନ୍ଧିଥିଲେ ।
Comments are closed.