Latest Odisha News

ଏଠାକୁ ଯିଏ ଯାଏ ସେ ଆଉ ଫେରେନି

ନୂଆଦିଲ୍ଲୀ: ଏ ଦୁନିଆ ବଡ ବିଚିତ୍ର । ଏ ପର୍ଯ୍ୟନ୍ତ ବି ମାନବ ସମସ୍ତ ରହସ୍ୟ ଉଜାଗର କରିପାରି ନାହିଁ । ଅରୁଣାଚଳ ଓ ତିବ୍ଦତର ମଧ୍ୟରେ ଏ ଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନ ଅଛି ସେଠାକୁ ଯିଏ ଆଉ ଫେରେନି । ଶାଙ୍ଗରୀ ଲା ଘାଟି ନାମରେ ଏହି ରହସ୍ୟମୟ ସ୍ଥାନ ପରିଚିତ । କେତେକଙ୍କ ମତରେ ଶାଙ୍ଗରୀ ଲୀର ବାୟୂମଣ୍ଡଳରେ ସମୟର ପ୍ରଭାବ ପରିଲକ୍ଷିତ ହୁଏନି । ଏଠାରେ ସମୟ ଅଟକିଯାଏ । ଫଳରେ ଯିଏ ସେଠାକୁ ଗଲା ସେ ଯେତେଦିନ ଚାହିଁବ ବଂଚିପାରିବ । ୟୁତ୍ସଙ୍ଗ ନାମକ ଏକ ଲାମା ଏହି ଘାଟୀ ସମୟରେ ପ୍ରଥମେ କହିଥିଲେ । ଘାଟୀର ଚାରିପଟେ ଏକ ରହସ୍ୟମୟ ପ୍ରକାଶ ଦେଖିବାକୁ ମିଳିଥାଏ । ସୂର୍ଯ୍ୟକିରଣ ଓ ଚନ୍ଦ୍ରାଲୋକ ଏଠାରେ ପଡେ ନାହିଁ । ତିବ୍ଦତର ଏକ ପୁସ୍ତକ କାଳ ବିଜ୍ଞାନରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି ।

ତିବ୍ଦତର ରହସ୍ୟମୟ ଘାଟୀ ପୁସ୍ତକରେ ଅରୁଣ ଶର୍ମା ମଧ୍ୟ ଏ ସମ୍ପର୍କରେ ଅନେକ କଥା ଲେଖିଛନ୍ତି । ଜେମ୍ସ ହିଲ୍ଟନ ନାମକ ଏକ ଲେଖକ ଲଷ୍ଟ ହରିଜୋନ ନାମକ ପୁସ୍ତକରେ ଏ ସମ୍ପର୍କରେ ଲେଖିଥିଲେ । ପ୍ରାୟ ସମସ୍ତ ପୌରାଣିତ ଗ୍ରନ୍ଥରେ ଏହି ଘାଟୀ ସମ୍ପର୍କରେ ବିଭିନ୍ନ ପ୍ରକାରର ରହସ୍ୟମୟ କଥା ଲେଖାଯାଇଛି । ବିଶ୍ୱର ଏହା ଆଧ୍ୟାତ୍ମିକ ନିୟନ୍ତ୍ରଣ କେନ୍ଦ୍ର ତଥା ସିଦ୍ଧାଶ୍ରାମ ଭାବରେ ପରିଚିତ । ପୃଥିବୀର ବିଭିନ୍ନ ସ୍ଥାନରୁ ଏହି ଘାଟୀ ସମ୍ପର୍କରେ ଜାଣିବା ପାଇଁ ଉଦ୍ୟମ କରିଛନ୍ତି । ମାତ୍ର ସମସ୍ତେ ଏଥିରେ ବିଫଳ ହୋଇଛନ୍ତି । ଅନେକଙ୍କ ପତା ଆଜି ବି ମିଳି ନାହିଁ । ଏହା କାଳ୍ପନିକ ନାଁ ବାସ୍ତବ ତାହା ପ୍ରମାଣିତ ହେଲା ପରେ ଜଣାପଡିବ ।

Comments are closed.