ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ଦଳର ବିଜୟ ପାଇଁ ଫିଲ୍ଡିଂ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଏହି ଫର୍ମାଟରେ ଭାରତୀୟ ଫିଲ୍ଡରଙ୍କ ପ୍ରଦର୍ଶନ ସର୍ବଦା ପ୍ରଶଂସନୀୟ ରହିଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବାଧିକ ୧୦ଜଣ ଖେଳାଳିଙ୍କୁ ରନଆଉଟ କରିଛନ୍ତି । ବିରାଟ କୋହଲି ୯ ରନ ଆଉଟ କରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବ୍ୟାଟିଂ ବ୍ୟତୀତ ପଡିଆରେ କୋହଲି କିପରି ଆଟାକିଂ ରହିଥାନ୍ତି ତାହା ଏଥିରୁ ଅନୁମେୟ । ଟି୨୦ ସ୍ପେଶାଲିଷ୍ଟ ସୁରେଶ ରାଇନା ୫ ରନ ଆଉଟ କରି ତୃତୀୟ ସ୍ଥାନରେ ରହିଛନ୍ତି ।
ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ ୪ଜଣ ଲେଖାଏଁ ଖେଳାଳିଙ୍କୁ ରନ ଆଉଟ କରିଛନ୍ତି । ଭାରତୀୟ ଟିମ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏବେ ଏସିଆ କପ ଟି୨୦ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୟୁଏଇରେ ଖେଳାଯିବାକୁ ଥିବାଏହି ଟୁର୍ଣ୍ଣାମେଂଟରେ ଭାରତକୁ ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଛି । ଦୀର୍ଘ ଦିନ ପରେ ପ୍ରଶଂସକମାନେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଦେଖିବାକୁ ପାଇବେ ।
Comments are closed.