ବରଗଡ଼:ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍ ଚିଆଁ-ପାରସ୍ ଯୋଡ଼ି । ଚିଆଁ ଓରଫ ବୁଦ୍ଧଦେବ ବିଶ୍ବାଳ ନାଁରେ ୨ଟି ହତ୍ୟା ୬ ଡକାୟତି ମାମଲା ରହିଛି ।ସେହିପରି ପାରସ୍ ରାମ ଭାନୁଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଏକାଧିକ ଡକାୟତି ମାମଲା ରହିଛି । ବରଗଡ଼ ସ୍ପେଶାଲ୍ ସ୍କ୍ବାଡ୍ ଦ୍ବାରା ଗିରଫ ନେଇ ଏସ୍ପି ସୂଚନା ଦେଇଛନ୍ତି ।
ଖବରମୁତାବକ, ଗଞ୍ଜେଇ ଚାଲାଣ ରେଡ୍ ବେଳେ ଚିଆଁ-ପାରସ୍ ସମେତ ୩ ଗିରଫ ହୋଇଛନ୍ତି ।
ମୁଖ୍ୟ ଅଭିଯୁକ୍ତ ଚିଆଁର ଘର ଝାରସୁଗୁଡ଼ା ଜିଲ୍ଲା ଧୁଲୁଣ୍ଡାରେ । ସେହିଭଳି ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଛତିଶଗଡ଼ ଚାମ୍ପା-ଜାଞ୍ଜଗିର୍ ଜିଲ୍ଲା ରଙ୍ଗନୀର ପାରସରାମ ଭାନୁ ଏବଂ ବୌଦ୍ଧ ଜିଲ୍ଲା ମାଲିବିରାଇର ତାରାକାନ୍ତ ଭୋଇ।
ସୋମନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ମାଗାଜିନ, ୧୨ଟି ଜୀବନ୍ତ ଗୁଳି, ୨୯ କେଜି ଗଞ୍ଜେଇ, ଗୋଟିଏ ମୋଟର ସାଇକେଲ, ଗୋଟିଏ ସ୍କୁଟି, ୫ଟି ମୋବାଇଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ।
ଏଥିସହ ବିଜେପୁର ଥାନା ପୋଲିସ ଆର୍ମସ ଆକ୍ଟ ଏବଂ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି।
Comments are closed.