Latest Odisha News

BREAKING NEWS

ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ

ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ। ଅଇଁଠାପାଲି ଥାନା ଦାନିପାଲି ଅଞ୍ଚଳରେ ମା’ ଝିଅଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ହସ୍ପିଟାଲରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ପୋଲିସର ଛାନଭିନ୍‌ ଆରମ୍ଭ ହୋଇଛି। ମାଆ ଇନ୍ଦୁ ଏବଂ ଝିଅ ପାୟଲ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଇନ୍ଦୁଙ୍କ ସ୍ବାମୀ ମୋଜାଇକ ମିସ୍ତ୍ରୀ। ଅସୁସ୍ଥତା ହେତୁ ସେ ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହନ୍ତି। ଏମାନଙ୍କ ଦୁଇ ଝିଅ, ଗୋଟିଏ ପୁଅ । ବଡ଼ ଝିଅ ଏକ ବ୍ୟବସାୟୀ ପରିବାରରେ ବିବାହ କରିଛନ୍ତି। ପୁଅ ପାଠ ପଢ଼ୁଛନ୍ତି। ମା ଓ ଝିଅ କଠିନ ପରିଶ୍ରମ କରି ବଡ଼ କଷ୍ଟରେ ଜମି ଖଣ୍ଡିଏ କିଣି ଧାର ଉଧାର କରି ଦାନୀପାଲିରେ ଘରଟିଏ କରିଛନ୍ତି। ତେବେ ପଡ଼ୋଶୀ ଜମି ବିବାଦ ଯୋଗୁଁ ଶତ୍ରୁତା ଥିବା କୁହାଯାଉଛି। ଏନେଇ ବହୁବାର ଥାନାକୁ ମାମଲା ଯାଇଛି। ଆଜି ମା ଓ ଝିଅଙ୍କୁ ଛୁରି ଭୂଷିଛନ୍ତି କିଛି ଦୁର୍ବୃତ୍ତ।

Comments are closed.