Latest Odisha News

BREAKING NEWS

ମାଆ ଚିହ୍ନିପାରିଲାନି ନିଜ ପିଲାଙ୍କୁ , ନେଲେ ପୋଲିସର ସହାୟତା

ଆର୍ଜେଣ୍ଟିନା: ମାଆ ଓ ଶିଶୁର ସମ୍ପର୍କ ସବୁଠୁ ନିବିଡ଼ । କୁହାଯାଏ,ନବଜାତକ ପାଇଁ ଭଗବାନ ସ୍ୱୟଂ ପୃଥିବୀ ପୃଷ୍ଠକୁ ଆସିପାରନ୍ତି ନାହିଁ ବୋଲି ମାଆଙ୍କୁ ହିଁ ପଠାଇଥାନ୍ତି । ତେଣୁ ଶିଶୁ ପାଇଁ ମାଆ ହେଉଛି ପ୍ରଥମ ଈଶ୍ୱର । କିନ୍ତୁ ବେଳେବେଳେ ଏମିତି ଘଟଣା ଘଟେ ଯାହା ମାଆ ଓ ଶିଶୁର ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଏ । ଏମିତି ଏକ ଘଟଣାକ୍ରମରେ ମାଆଟିଏ ନିଜର ଯମଜ ନବଜାତକଙ୍କୁ ଚିହ୍ନିପାରିଲା ନାହିଁ । ଶେଷରେ ଏହି ଘଟଣାରେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଲା, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଏବେ ଜୋର ଚର୍ଚ୍ଚା ହେଉଛି ।

ଆର୍ଜେଣ୍ଟିନାରେ ରହୁଥିବା ସୋଫିଆ ରୋଡ୍ରିଗୁଏଜ୍ ନାମକ ଜଣେ ମହିଳାଙ୍କ ସହିତ ଏଭଳି ଘଟଣା ଘଟିଛି । ଜନ୍ମ ଦେବା ପରେ ସୋଫିଆ ନିଜ ଜନ୍ମିତ ଯମଜ ଶିଶୁଙ୍କୁ ଚିହ୍ନିପାରିଲା ନାହିିଁ । ଏହି କାରଣରୁ ଡ଼ାକ୍ତରଖାନାରେ ଅଭିଯୋଗ ଓ ପ୍ରତିଅଭିଯୋଗ ଦେଖିବାକୁ ମିଳିଲା । ସୋଫିଆ ନିଜେ ଟୁଇଟରରେ ତାଙ୍କ ସହ ଘଟିଥିବା ଏହି ଅଜବ ଘଟଣା ବିଷୟରେ ସୂଚନା ଦେଇଥିଲେ । ସୂଚନାରେ ଉଲ୍ଲେଖ ଥିଲା ଯେ, ଜନ୍ମ ହେବା ପରେ ତାଙ୍କର ଦୁଇ ପିଲାଙ୍କୁ ଅଲଗା ଅଲଗା ରଖାଯାଇଥିଲା । ଏହି କାରଣରୁ ସେ ନିଜ ପିଲାଙ୍କୁ ଚିହ୍ନିପାରିଲେ ନାହିଁ ।
ଶେଷରେ ସୋଫିଆ ଏକ ଉପାୟ ଖୋଜି ପିଲାମାନଙ୍କୁ ଚିହ୍ନଟ କରିବା ପାଇଁ ଥାନାରେ ପହଞ୍ôଚଥିଲେ । ଏଠାରେ ଉଭୟ ପିଲାଙ୍କ ଫିଙ୍ଗର ପ୍ରିଣ୍ଟ ନିଆଯାଇଥିଲା । ଯାହା ଦ୍ୱାରା ସେମାନଙ୍କୁ ଚିହ୍ନଟ କରାଯାଇପାରିବ । ତେବେ ଏହି ପଦ୍ଧତି ମଧ୍ୟ କାମ କରି ନ ଥିଲା । କାରଣ ପୋଲିସ ଡାଟାବେସରେ ଏହି ପିଲାମାନଙ୍କର ଆଙ୍ଗୁଠି ଚିହ୍ନ ନ ଥିଲା । ଶେଷରେ ମହିଳା ଜଣକ ନିରାଶ ହୋଇ ଫେରିଥିଲେ ।

Leave A Reply

Your email address will not be published.