Latest Odisha News

ବହୁଚର୍ଚ୍ଚିତ ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା: ଚନ୍ଦ୍ରପୁରରେ ଖୋଲତାଡ ଆରମ୍ଭକାଲା କ୍ରାଇମବ୍ରାଞ୍ଚ୍ ଟିମ୍

ରାୟଗଡା: ବହୁଚର୍ଚ୍ଚିତ ଚନ୍ଦ୍ରପୁର ମାଆ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁର ଖୋଳତାଡ ଆରମ୍ଭକାଲା କ୍ରାଇମବ୍ରାଞ୍ଚ୍ ଟିମ୍ । ଘଟଣାସ୍ଥଳ ଚନ୍ଦ୍ରପୁର ଠାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପହଞ୍ଚି ତଦନ୍ତ ଜାରିରଖିଛନ୍ତି । ଟିମ୍ ରେ ଡିଆଇଜି ଚରଣ ସିଂ ମିନାଙ୍କ ସମେତ ଜିଲ୍ଲା ଏସପି ବିବେକାନନ୍ଦ ଶର୍ମା ଏବଂ କ୍ରାଇମବ୍ରାଞ୍ଚ ପହଞ୍ଚି ଲକ୍ଷ୍ମୀ ମାଝୀ ରହୁଥିବା ମାଁ ଗୃହର 4 ସହଯୋଗୀ ସହ ସଂସ୍ଥା ନିର୍ଦ୍ଧେଶକ ଓ କିଛି ସ୍ଥାନୀୟ ଲୋକଙ୍କୁ ଥାନାରେ ଜେରା ଜାରି ରଖିଛନ୍ତି । ତେବେ ଘଟଣାକୁ ନଅ ଦିନ ବିତିଥିଲେ ସୁଦ୍ଧା ଏହା ହତ୍ୟା ନା ଆତ୍ମହତ୍ୟା ଏଯାବତ୍ ସ୍ପଷ୍ଟ କରିପାରିନି ପୋଲିସ । ତେବେ ପାରିପାର୍ଶ୍ଵିକ ଅବସ୍ଥା କୁ ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଅନୁମେୟ କରାଯାଉଛି ।

ମୃତଦେହ ପଡିରହିଥିବା ସ୍ଥଳରେ ଯ।ଞ୍ଚ କରିବା ସହ ପାଖ ପୋଡଶୀକୁ ପଚରା ଉଚରା କରିଥିବା ଦେଖିବାକୁ ମିଳିଛି l ଏହାସହ ଲକ୍ଷ୍ମୀ ମାଝୀ ରହୁଥିବା ମାଆ ଗୃହ ରେ ମଧ୍ୟ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । କ୍ରାଇମବ୍ରାଞ୍ଚ ଡ଼ିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଷ୍ଟେଟ ଫରେନସିକ ଟିମ୍ ର ଦଶ ଜଣିଆ ସଦସ୍ୟ ଘେଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ରାୟଗଡା ଓ କୋରାପୁଟରୁ ମଧ୍ୟ ପୃଥକ ପୃଥକ ଭାବେ ଦୁଇଟି ସାଇଣ୍ଟିଫିକ୍ ଟିମ ଘେଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି ।

ଗତ ୨୬ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ର ଏକ ଟିମ୍ ଚନ୍ଦ୍ରପୁର ଗସ୍ତ କରିବା ସହ ଗତକାଲି ରାୟଗଡା ଜିଲ୍ଲା କୁ ୬ ଘଣ୍ଟିଆ ବନ୍ଦ ଡାକରା ଦେବାସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ । ପଡୋଶୀଙ୍କ ସୂଚନା ଅନୁଯାୟୀ, ଲକ୍ଷ୍ମୀ ଭଲ ଝିଅ ତେବେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ଲକ ଚେୟାରମ୍ୟାନ୍ । ଏପରିକି ଯଦି ଲକ୍ଷ୍ମୀଙ୍କୁ ପୋଲିସ ନ୍ୟାୟ ଦେଇନପାରେ ତେବେ ଜିଲ୍ଲାର ଆଦିବାସୀ ସଂଘ ଥାନା ଘେରାଉ କରିବାକୁ ଧମକ ଦେଇଛନ୍ତି ବ୍ଲକ ଚେୟାର ।

ଅପରପକ୍ଷେ ମେଡ଼ିକାଲରେ ଏହା ପ୍ରଥମ ଘଟଣା, ଲକ୍ଷ୍ମୀକୁ ବାହାରେ ହତ୍ୟା କରି ମେଡ଼ିକାଲ ହତା ଭିତରକୁ ଫିଙ୍ଗି ଦେଇଥିବା ସନ୍ଦେହ କରିଛନ୍ତି ଡାକ୍ତଖାନା ମୁଖ୍ୟ ଡ଼ ସାଲକୁ ଚରଣ ପୁର୍ତ୍ତି । ଏହାସହ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଏହାର ତଦନ୍ତ ପାଇଁ ଆଜି ଚନ୍ଦ୍ରପୁର ପହଞ୍ଚି ଏହା ଏକ ହତ୍ୟା ବୋଲି ଦାବି କରିଛନ୍ତି ।

Comments are closed.