Latest Odisha News

BREAKING NEWS

ଜ୍ୱାଇଁଙ୍କୁ ଦେଖି ଶାଶୁ ପାଗଳ, ଝିିଅ ସହ ହନିମୁନ୍ ଟ୍ରିପ୍‌ରେ ଗଲେ ଶାଶୁ

ଲଣ୍ଡନ: ଦୁନିଆରେ ମାଆ ଏବଂ ଝିିଅର ସମ୍ପର୍କ ସବୁଠାରୁ ଅଧିକ ନିବିଡ଼ । ଗୋଟିଏ ଝିଅ ପାଇଁ ତା ମାଆ ହେଉଛି ତାର ସର୍ବୋତ୍ତମ ବନ୍ଧୁ । ଝିଅଟିଏ ତା’ର ଜୀବନର ସମସ୍ତ ଭଲମନ୍ଦ ବିଷୟରେ ପ୍ରଥମେ ମାଆ ସହିତ ବାଣ୍ଟିଥାଏ । ମାଆ ମଧ୍ୟ ନିଜେ ସମସ୍ତ ଅସୁବିଧା ବହନ କରି ଝିଅକୁୁ ସବୁ ସୁଖ ଦେବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି ଗୋଟେ ମାଆ-ଝିଅର ବିଷୟରେ କହିବୁ, ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ ।

ଲଣ୍ଡନରେ ରହୁଥିବା ଲାରେନ୍ ୱାଲ ନାମକ ଜଣେ ୧୯ ବର୍ଷୀୟ ଯୁବତୀ ବିମାନ ବନ୍ଦରରେ କାମ କରୁଥିବା ପର୍ଲ ହ୍ୱାଇଟ୍ ନାମକ ଜଣେ ଯୁବକଙ୍କ ସହ ବିବାହ ଠିକ୍ ହୋଇଥିଲା । ଧୁମ୍‌ଧାମ୍‌ରେ ବିବାହ ମଧ୍ୟ ହେଲା । ହେଲେ ବିବାହର କିଛି ସପ୍ତାହ ଭିତରେ ସବୁକିଛି ଓଲଟପାଲଟ୍ ହୋଇଗଲା । ବିବାହ ପରେ ଜ୍ୱାଇଁ -ଝିଅଙ୍କ ସହ ହନିମୁନ୍‌ରେ ଗଲେ ମାଆ । ଦୁଇ ସପ୍ତାହ ଧରି ଡ଼ିଭନରେ ରହିଲେ । ସେଠାରୁ ଫେରିବା ପରେ ଲାରେନ୍ ଓ ପର୍ଲଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲା । ଛୋଟ ଛୋଟ କଥାରେ ଝଗଡ଼ା ବି ଆରମ୍ଭ ହେଲା । ପରିସ୍ଥିତି ଏମିତି ହେଲା ଯେ, ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଗଲା । ଝିଅର ଘରକୁ ଭାଙ୍ଗିଦେଲେ ଖୋଦ୍ ମାଆ । ବିବାହ ପରେ ମାଆ ଜ୍ୱାଇଁଙ୍କୁ ଦେଖି ପୁରା ପାଗଳ ହୋଇଯାଇଥିଲେ । ସେ ନିଜଆଡ଼ୁ ଜ୍ୱାଇଁ ପର୍ଲଙ୍କୁ ଭଲ ପାଇ ବସିଲେ । ବିବାହର ମାତ୍ର ୨ ମାସରେ ପର୍ଲ ଲାରେନଙ୍କୁ ଛାଡ଼ପତ୍ର ଦେଲେ ଓ କିଛି ସମୟ ବ୍ୟବଧାନରେ ଶାଶୁଙ୍କୁ ବିବାହ କଲେ । ଆଉ ୯ ମାସ ପରେ ଶାଶୁ ସନ୍ତାନ ବି ଜନ୍ମ ଦେଲେ ।
ମାଆ ସନ୍ତାନ ଜନ୍ମ ଦେବା ପରେ ବାସ୍ତବତା ସାମ୍ନାକୁ ଆସିଲା । ମାଆଙ୍କ ଏପରି କାରନାମା ଶୁଣିବା ପରେ ଲାରେନଙ୍କ ପାଦ ତଳୁ ମାଟି ଖସିଗଲା । ଏହି ଘଟଣା ପରେ ଲାରେନ୍ ଖୁବ୍ ଭାଙ୍ଗିପଡିଲେ । କେବେ ଭାବି ନ ଥିଲେ ନିଜ ମାଆ ତାଙ୍କ ଘର ଭାଙ୍ଗି ନିଜ ଘର କରିବେ । ଏହି ବିଶ୍ୱାସଘାତକତା ପାଇଁ ସେ ନିଜ ମା’ଙ୍କୁ କଦାପି କ୍ଷମା କରିପାରିବେ ନାହିଁ ବୋଲି କୁହନ୍ତି ଲାରେନ ।
ଘଟଣାଟି ୨୦୨୦ ମସିହାର ହୋଇଥିଲେ ବି ବର୍ତ୍ତର୍ମାନ ପୁଣି ଥରେ ଏହି ମାମଲା ଭାଇରାଲ ହେବାରେ ଲାଗିଛି ।

Comments are closed.